ତପ୍ତପାଣି ଘାଟିରୁ ଓଲଟିଲା ଯାତ୍ରୀବାହୀ ବସ୍ । ୫ମୃତ ୩୦ ରୁ ଅଧିକ ଆହତ ସୂଚନା, ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କଲା ପ୍ରଶାସନ

192

କନକ ବ୍ୟୁରୋ : ତପ୍ତପାଣି ଘାଟିରୁ ଓଲଟିଲା ଯାତ୍ରୀବାହୀ ବସ୍ । ୫ମୃତ ୩୦ ରୁ ଅଧିକ ଆହତ ସୂଚନା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି । ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଛି । ରାୟଗଡାରୁ ବ୍ରହ୍ମପୁର ଆସୁଥିଲା ବସ୍ । ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା କୁହାଯାଉଛି ।

ମୋହନା ଦମକଳବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଂଚ ଜଙ୍ଗଲ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ।