ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ : ୨ ବୁକି ଗିରଫ

27

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : କୋରାପୁଟ ପରେ ବ୍ରହ୍ମପୁରରୁ ଧରାପଡିଲେ ବୁକି । ଗଂଜାମ ଜିଲ୍ଲା ବିଏନପୁର ଥାନାର ଚନ୍ଦନନଗର ଅଂଚଳରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ୧୦ଟି ମୋବାଇଲ୍ ଓ ଟିଭି ଜବତ ହୋଇଛି । ବିଏନପୁର ଥାନାର ଚନ୍ଦନନଗର ଅଂଚଳରେ ଏହି ବେଟିଂ ଚାଲିଥିବା ଖବର ପାଇଁ ପୁଲିସ ଚଢାଉ କରିଥିଲା ।