ଚର୍ଚ୍ଚାରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ ! ୩ଥର ବିବାହ ସହ ଅନେକ ଥର ପ୍ରେମରେ ପଡ଼ିଥିଲେ ଇମ୍ରାନ୍ ଖାନ୍ ।

38

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ କ୍ରିକେଟର ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ସେପଟେ ଇମ୍ରାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । କୁହାଯାଏ ଇମ୍ରାନ ତିନି ଥର ବାହା ହୋଇଥିଲେ ତେବେ ତାଙ୍କର ଥିଲେ ଏକାଧିକ ପ୍ରେମିକା । କ୍ରିକେଟ୍ ଷ୍ଟାରଡମ୍ ଶୀର୍ଷରେ ଥିବା ଇମ୍ରାନଙ୍କର ଏକାଧିକ ଯୁବତୀଙ୍କ ସହ ରହିଥିଲା ପ୍ରେମସମ୍ପର୍କ ।

ପାକିସ୍ତାନର ଦିବଙ୍ଗତ ପ୍ରଧାନମନ୍ତ୍ରୀ ବେନଜିର୍ ଭୁଟ୍ଟୋଙ୍କ ସହ ଥିଲା ଇମ୍ରାନ୍ ଖାନଙ୍କ ପ୍ରେମସମ୍ପର୍କ  । ଅକ୍ସଫୋର୍ଡରେ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ବୃଦ୍ଧି ପାଇଥିଲା ଘନିଷ୍ଠତା  । ୨୦୦୯ରେ ପ୍ରକାଶିତ ଇମ୍ରାନଙ୍କ ଜୀବନୀରେ ଲେଖାଯାଇଥିବା ଏହି କାହାଣୀ ଆଜି ଚର୍ଚ୍ଚାର ବିଷୟ ପାଲଟିଛି ଠିକ ଯେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଏହି ପୂର୍ବତନ କ୍ରିକେଟର୍  । ଦୁଇ ଦଶକ ଧରି ଇମ୍ରାନ୍ ଉନ୍ନତ କ୍ରିକେଟ୍ ପାଇଁ ଯୁବତୀଙ୍କ ସ୍ୱପ୍ନର ରାଜକୁମାର ପାଲଟିଥିଲେ ଆଉ ଠିକ ସେତିକି ବେଳେ ବେନଜିର୍ ଇମ୍ରାନଙ୍କ ପଛରେ ଏକପ୍ରକାର ପାଗଳ ପ୍ରାୟ ହୋଇସାରିଥିଲେ  । ଏପରିକି ଇମ୍ରାନଙ୍କୁ ଲାୟନ୍ ଅଫ୍ ଲାହୋର୍ ସମ୍ବୋଧନ କରିବାରେ ବେନଜିର୍ ଥିଲେ ସର୍ବପ୍ରଥମ ବ୍ୟକ୍ତି  । ତେବେ ଏହି ସମ୍ପର୍କକୁ ଇମ୍ରାନଙ୍କ ମା’ ଅଗ୍ରାହ୍ୟ କରିଦେବାରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ  ।

୩ ଥର ବିବାହ ପ୍ରେମ କିନ୍ତୁ ଏକାଧିକ ଥର, ତାଙ୍କର ରୋମିଓ ଅନ୍ଦାଜ୍ ଯୋଗୁ ଯୁବତୀ ଥିଲେ ପାଗଳ । ଇମ୍ରାନ ପ୍ରଥମେ  ୧୯୯୫ ମସିହାରେ  ବିଟ୍ରିଶ ସାମ୍ବାଦିକ ଜେମିମା ଗୋଲ୍ଡସ୍ମିଥଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୪ରେ ଛାଡପତ୍ର ହୋଇଥିଲା  । ଦ୍ୱିତୀୟ ପତ୍ନୀ ଭାବେ ୨୦୧୪ରେ ସେ ସାମ୍ବାଦିକା ରେହମ ଖାନଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୫ରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ପରେ ଚଳିତବର୍ଷ ସେ ବୁଶ୍ରା ମାନେକା ଓରଫ ବୁଶ୍ରା ରିଆଜ ୱାଟୁଙ୍କୁ ବିବାହ  କରିଛନ୍ତି  ।

ଇମ୍ରାନ୍ ଖାନ୍ଙ୍କ ଥିଲେ ୫ଜଣ ପ୍ରେମିକା । ଏପରିକି ବଲିଉଡ୍ ନାୟିକାଙ୍କ ସହ ମଧ୍ୟ ଥିଲା ତାଙ୍କର ପ୍ରେମସମ୍ପର୍କ । ବଲିଉଡ୍ ଅଭିନେତ୍ରୀ ଜିନତ ଅମନଙ୍କ ସହିତ ଇମ୍ରାନଙ୍କ ମଧ୍ୟ ପ୍ରେମ ସଂପର୍କ ଥିବା ଯୋରଦାର ଚର୍ଚ୍ଚା ହୁଏ । ପ୍ରଥମେ ସାକ୍ଷାତ ଓ ଏହା ପରେ ପ୍ରେମରେ ପରିଣତ ହୋଇଥିବା କୁହାଯାଏ । ସେହିପରି ଡିଜାଇନର ତଥା ଚିତ୍ରଶିଳ୍ପୀ ଏମା ସରଜେଂଟଙ୍କ ପ୍ରେମରେ ମଧ୍ୟ ଉବୁଟୁବୁ ହୋଇଥିଲେ ଇମ୍ରାନ । ସୀଟା ହ୍ୱାଇଟ ନାମ୍ନୀ ଜଣେ ମହିଳାଙ୍କ ସହ ଇମ୍ରାନଙ୍କ ପ୍ରେମ ସଂପର୍କ ରହିଥିଲା । ଏପରିକି ସୀଟା ଓ ଇମ୍ରାନଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ଅନୁରୂପ ଭାବେ ପାକିସ୍ତାନ ସଂସଦର ପ୍ରଥମ ମହିଳା ସଦସ୍ୟା ଆୟଶା ଗୁଲାଲାଇଙ୍କ ସହ ମଧ୍ୟ ଇମ୍ରାନଙ୍କ ପ୍ରେମ ସଂପର୍କ ରହିଥିବା ଚର୍ଚ୍ଚା ସୃଷ୍ଟି କରିଥିଲା  ।