ନଜର ପକାନ୍ତୁ “ହ୍ୟାଣ୍ଡ ଅଫ ବୁଦ୍ଧା’ଫଳର ଉପକାରିତା ଉପରେ !

109

ଏକ ଅଦଭୁତ ଫଳ ଯାହାକି ହିମାଳୟର ନିମ୍ନସ୍ତରରେ ଏବଂ ଚୀନରେ ଦେଖାଯାଇଥାଏ । ଏହି ଫଳ ଦେଖିବା ପାଇଁ ଭଗବାନ ବୁଦ୍ଧଙ୍କର ହାତ ଭଳି ହୋଇଥାଏ, ସେଥିପାଇଁ ଏହି ଫଳକୁ “ହ୍ୟାଣ୍ଡ ଅଫ ବୁଦ୍ଧା’ ଫଳ ବୋଲି କୁହାଯାଏ । ବୀଜବିହୀନ ଏହି ଫଳ ବହୁତ ରସାଳ ହୋଇଥାଏ । ଏହାଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଏହି ଫଳ ଶରୀରରେ କୋଲେଷ୍ଟ୍ରଲର ପରିମାଣକୁ ଠିକ୍ ରଖିଥାଏ । ଏହି ଫଳରେ ପେକେଟିନ୍ ପ୍ରଚୁର ପରିମାଣରେ ରହିଥାଏ, ଯାହାକି ରକ୍ତ ପ୍ରବାହକୁ ଶରୀର ମଧ୍ୟରେ ଠିକ୍ ଭାବରେ ପ୍ରଭାବିତ କରିବା ସହିତ ମେଟାବୋଲିଜମକୁ ମଧ୍ୟ ଠିକ୍ ରଖିଥାଏ ।

“ହ୍ୟାଣ୍ଡ ଅଫ ବୁଦ୍ଧା’ ଫଳ ପେଟଜନିତ ସମସ୍ୟା ପାଇଁ ଅଭ୍ୟର୍ଥ ଔଷଧ ଭାବରେ କାମ କରିଥାଏ । ପେଟ କାଟିବା ଏବଂ ଡାଏରିଆ ହେଲେ ଏହି ଫଳକୁ ବ୍ୟବହାର କରାଯାଏ । ଏହି ଫଳ ମାଂସପେଶୀ ଗୁଡିକୁ ଆରାମ ଦେବା ସହିତ ପାଚନ କ୍ରିୟାକୁ ସହଜ କରିଥାଏ ।

ଏହି ଫଳ ମହିଳାଙ୍କ ରୁତୁସ୍ରାବ ସମୟରେ ହେଉଥିବା ପେଟ ଜନିତ ସମସ୍ୟା, ଏବଂ ଅଧିକ ରକ୍ତସ୍ରାବରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ନିଶ୍ୱାସ ପ୍ରଶ୍ୱାସରେ କିଛି ସମସ୍ୟା ରହୁଥିଲେ ଏହି ଫଳକୁ ବ୍ୟବହାର କରାଯାଏ । କଫ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେବାରେ ଏହି ଫଳ ଉପକାରୀ ସାବ୍ୟସ୍ତ ହୋଇଥାଏ ।