ସାମ୍ନାକୁ ଆସିଲା ବେଙ୍ଗାଲୁରୁ ‘ଲଜ୍ଜା’ର ଚିତ୍ର ! ସିସିଟିଭିରେ କଏଦ ହେଲା ସେ’ଦିନର କଳାକାହାଣୀ

29

ସାମ୍ନାକୁ ଆସିଲା ବେଙ୍ଗାଲୁରୁ ‘ଲଜ୍ଜା’ର ଅଭାବନୀୟ ଚିତ୍ର । କ୍ୟାମେରାରେ କଏଦ ହୋଇଛି ନୂଆ ବର୍ଷର କଳା କାହାଣୀ । କିପରି ନୂଆ ବର୍ଷରେ ମହିଳାଙ୍କୁ ରାସ୍ତା ମଝିରେ ଅସଦାଚରଣ କରାଯାଇଛି, ତାହାର ଭିଡିଓ ଫୁଟେଜ୍ ସାରା ଦେଶବାସୀଙ୍କୁ ହତଚକିତ କରିଛି ।

ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ସିସିଟିଭି ଫୁଟେଜକୁ ଦେଖିଲେ ସେହି ଦିନ କଣ ଘଟିଥିଲା ଜଣାପଡୁଛି । ଜଣେ ମହିଳାଙ୍କୁ ରାସ୍ତା ମଝିରେ ଟଣା ଓଟରା କରିଛନ୍ତି ଦୁଇ ଯୁବକ, ତାହା କଏଦ ହୋଇଛି ସିସିଟିଭି କ୍ୟାମେରାରେ ।

ନୂଆ ବର୍ଷ ଅର୍ଥାତ ରବିବାର ରାତି ୨.୩୦ ମିନିଟରେ ଘଟିଥିଲା ଏହି ଅଘଟଣ । ଅଟୋରୁ ଓହ୍ଲାଇଥିଲେ ଜଣେ ଯୁବତୀ । ପଛରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକ ତାଙ୍କୁ ଏକୁଟିଆ ପାଇ ଆରମ୍ଭ କରିଦେଲେ ଅସଦାଚରଣ । ଏହି ଘଟଣା ଦେଖି ଠିଆ ହୋଇଥିବା ଅଟୋ ମଧ୍ୟ ପଳାଇ ଯାଇଥିଲା । କିଛି ଯୁବକ ଦୂରରେ ଥାଇ ଏହି ଦୃଶ୍ୟ ଦେଖୁଥିଲେ ବି ପ୍ରତିବାଦ କରିନଥିଲେ । ଦୀର୍ଘ ସମୟ ଧରି ଯୁବତୀଙ୍କୁ ନିର୍ଯାତନା ଦିଆଯାଇଥିଲା ।

ଜଣେ ଯୁବକ ବାଇକରୁ ଓହ୍ଲାଇ ଯୁବତୀଙ୍କୁ ଟାଣି ନେଇଯିବାକୁ ଉଦ୍ୟମ କରିଥିଲେ । ତେବେ ବାଇକରେ ବସାଇବା ପୂର୍ବରୁ ନିଜକୁ ବଂଚାରବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ଯୁବତୀ । ଯୁବତୀଙ୍କୁ ସାଂଗରେ ନେଇଯିବା ସମ୍ଭବ ନହେବାରୁ ତାଙ୍କୁ ମାଡ ମାରିଥିଲେ ଦୁଇ ଦୁର୍ବୃତ ।

ଶେଷରେ ଅତି ଦୟନୀୟ ଭାବେ ତାଙ୍କୁ ରାସ୍ତାରେ ଫିଙ୍ଗି ପଳାଇ ଯାଇଥିଲେ ଦୁର୍ବୃତ । ଏହି ଭିଡିଓର ସତ୍ୟତା ଯାଂଚ ପାଇଁ ବେଙ୍ଗାଲୁରୁ ପୁଲିସ ତନାଘନା ଆରମ୍ଭ କରିଛନ୍ତି । ତେବେ ଏହି ସିସିଟିଭି ଫୁଟେଜ୍ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସିସିଟିଭି ଫୁଟେଜ୍ ଦେଖନ୍ତୁ ଏହି ଭିଡିଓରେ :