ବାଙ୍ଗାଲୁର ଆକାଶରେ ଉଡିଲା ରାଫେଲ ଯୁଦ୍ଧ ବିମାନ: ମଝି ଆକାଶରେ ଦେଖାଇଲା ଋଣକୌଶଳ

ଏରୋ ଇଣ୍ଡିଆ ସୋର ବାୟୁ ସେନା ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ

305

କନକ ବ୍ୟୁରୋ: ଆକାଶରେ ବାୟୁସେନାର ଶକ୍ତି ପ୍ରଦର୍ଶନ । ବାଙ୍ଗାଲୁରର ମଝି ଆକାଶରେ ରଣକୌଶଳ ଦେଖାଇଲା ବାୟୁ ସେନାର ଯୁଦ୍ଧ ବିମାନ । ରାଫେଲ ବିମାନ ଉଡାଇ ପାକିସ୍ତାନକୁ କଡା ଚେତାବନୀ ଦେଇଛି ଭାରତ । ବାଙ୍ଗାଲୁର ୟେଲହଙ୍କା ଏୟାର ବେସରେ ଏରୋ ଇଣ୍ଡିଆର ୨୦୧୯ ପ୍ରଦର୍ଶିତ ବେଳେ ଭାରତ ଆକାଶରେ ଉଡିଛି ରାଫେଲ ବିମାନ । ଏହା ଏରୋ ଇଣ୍ଡିଆର ୧୨ତମ ସଂସ୍କରଣ ହୋଇଥିବା ବେଳେ ଏଥିରେ ୬୧ଟି ଏୟାର କ୍ରାଫ୍ଟ ଅଂଶ ଗ୍ରହଣ କରିଛି । ଏହାକୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଉଦଘାଟନ କରିଛନ୍ତି । ଏହା ଏସିଆ ମହାଦେଶର ସବୁଠାରୁ ବଡ ଏୟାର ଶୋ ବୋଲି କୁହାଯାଏ ।

 

ଆକାଶରେ କୌଶଳ ପ୍ରଦର୍ଶନ କରିଛି ସୁଖୋଇ-୩୦ ଓ ହାଲ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ତେଜସ୍ ଭଳି ଏୟାରକ୍ରାଫ୍ଟ । ରାଫେଲ ବିମାନ ମଧ୍ୟ ଆଜି ବାଙ୍ଗାଲୁର ଆକଶରେ ଉଡିଛି । ଏହି ଶୋ ୫ ଦିନ ଧରି ଚାଲିବ । ତେବେ ଏହି ଏରୋ ଇଣ୍ଡିଆ ଶୋ’ର ମୁଖ୍ୟ ଉଦେଶ୍ୟ ଦେଶ ପାଇଁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ଅଧିକାରୀ କରିବା ।

ଏହି ଦୁଃଶାହସିକ ଏୟାର ଶୋର ଉଦଘାଟନ କରି ଏମିତି କିଛି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ତେବେ ଆଜିର ଶୋ ପାଇଁ ଗତକାଲି ଅଭ୍ୟାସ କରୁଥିବା ବେଳେ ୨ଟି ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟ ସୂର୍ଯ୍ୟ କରିଣଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଉଦେଶ୍ୟରେ ଆଜି ଏରୋ ଏୟାର ଶୋ ଆରମ୍ଭ ଆଗରୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।