ଅପରେସନ ଟେବୁଲରେ ଅଜବ କଥା ! ମସ୍ତିଷ୍କ ଅସ୍ତ୍ରୋପଚାର ସମୟରେ ଗିଟାର ବଜାଇଲେ ରୋଗୀ

85

ଅସ୍ତ୍ରୋପଚାର ସମୟରେ ଗିଟାର ବଜାଇଲେ ରୋଗୀ । ଇଞ୍ଜିିନିୟରରୁ ସଙ୍ଗୀତକାର ହୋଇଥିବା ୩୨ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କର ଅସ୍ତୋପଚାର ସମୟରେ ଗିଟାର ବଜାଇ ସାହସର କାମ କରିଛନ୍ତି । ଏପରି ଏକ ଘଟଣା ଘଟିଛି ବାଙ୍ଗାଲୋରର ସିଟି ହସ୍ପିଟାଲରେ । ଉକ୍ତ ବ୍ୟକ୍ତିଙ୍କ ନାମ ହେଲା ତୁଷାର । ଅସ୍ତ୍ରୋପଚାର ସମୟରେ ତୁଷାର ଗିଟାର ବଜାଇଛନ୍ତି । ପ୍ରକୃତକଥା ହେଲା ସବୁବେଳ ଗିଟାର ବଜାଇବା ଦ୍ୱାରା ସେ ତାଙ୍କ ହାତର ୩ ଟିି ଆଙ୍ଗୁଳିରେ ଆକସ୍ମିକ ଯନ୍ତ୍ରଣା ଭୋଗୁଥିଲେ ।

ଏଥିପାଇଁ ମସ୍ତିଷ୍କର ଅପରେସନ୍ ଆବଶ୍ୟକ ଥିବା ବେଳେ, ଡାକ୍ତରମାନେ କାମ କରୁନଥିବା ସ୍ନାୟୁକୁ ଚିହ୍ନିବା ପାଇଁ ଏହି ଉପାୟଟି ଆପଣାଇଥିଲେ । ଗିଟାର ବଜାଇବା ସମୟରେ ହିଁ ତାଙ୍କୁ ସେହି ସ୍ଥାନରେ କଷ୍ଟ ଅନୁଭବ ହେଉଥିଲା । ଅନ୍ୟ ସମୟରେ କେଉଁଠି ଯନ୍ତ୍ରଣା ହେଉଛି ତାହା ଜଣାପଡ଼ୁନଥିଲା । ଗିଟାର ବଜାଇବା ସମୟରେ ହିଁ ଯନ୍ତଣା ଅନୁଭବ କରୁଥିଲେ ତୁଷାର । ପ୍ରାୟ ଏକ କିମ୍ବା ଦେଢ଼ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ତାଙ୍କୁ ଏପରି ଯନ୍ତ୍ରଣା ଅନୁଭବ ହୋଇଥିଲା ।

ଏଥିପାଇଁ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହି ଯନ୍ତ୍ରଣାରୁ ମୁକ୍ତି ପଇିବା ପାଇଁ ପ୍ରାୟ ୭ ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତର ନିଶ୍ଚେତକ ଦେଇ ତାଙ୍କ ମୁଣ୍ଡରେ ୧୪ ମିମି ପର୍ଯ୍ୟନ୍ତ କଣା କରିଥିଲେ କି ଯଦ୍ୱାରା ଜଣାପଡ଼ିବ କେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଡ଼ାକ୍ତରଙ୍କ ସାହାଯ୍ୟ ପାଇଁ ସେ ଅପରେସନ ଟେବୁଲରେ ତୁଷାର ଗିଟାର ବଜାଇଥିଲେ । ନ୍ୟୁରୋଲୋଜିଷ୍ଟ ସଞ୍ଜୀବ କହିଛନ୍ତି ଅସ୍ତ୍ରୋପଚାର ସମୟରେ ସାହାଯ୍ୟ ହେବା ପାଇଁ ଆମେ ରୋଗୀକୁ ଗିଟାର ବଜାଇବା ପାଇଁ ଅନୁମତି ଦେଇଥିଲୁ । ଏବେ ତୁଷୋର ସମ୍ପୁର୍ଣ୍ଣ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ଏହାସହ ଆଉ ମାତ୍ର ୩ ଦିନ ପରେ ସେ ଗିଟାର ବଜାଇବା ପାଇଁ ସକ୍ଷମ ହେବେ ବୋଲି ମଧ୍ୟ କହିଛନ୍ତି ।