ପ୍ରବଳ ପବନ ଯୋଗୁଁ ଉଡାଣ ଭରିବା ପୂର୍ବରୁ ବିମାନବନ୍ଦରକୁ ଫେରିଆସିଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

29

କନକ ବ୍ୟୁରୋ : ଇଣ୍ଡିଗୋର ବାଙ୍ଗାଲୋର-ବୋଉଣ୍ଡ(୬ଇ୩୪୫) ବିମାନଟି କୋଲକାତା ଫେରିଆସିଥିବା ଜଣାପଡିଛି । ପବନରେ ବିମାନର କାଚର କ୍ଷତି ହୋଇଥିବାରୁ ଏପରି ଜରୁରୀ କାଳୀନ ଅବତରଣ କରାଯାଇଥିବା ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେଠାରେ ସେହି ବିମାନର ମରାମତି ପରେ ପୁଣି ଥରେ ଉଡାଣ ଭରିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ବିମାନଟି କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ବିମାନଟିରେ ୧୬୮ ଜଣ ଯାତ୍ରୀ ରହିଛନ୍ତି । ତେବେ ଏହା ଉଡାଣ ଭରିବାର ମାତ୍ର ୧୫ ମିନିଟ ପରେ ଏହା ଅବତରଣ କରିଥିଲା । ଏହା ସଂମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ଅବତରଣ କରିଛି ବୋଲି ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।

ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ କହିଛନ୍ତି ଯେ, କୋଲକାତାର ପାଗ ଆଜି ସକାଳୁ ହିଁ ଖରାପ ରହିଛି । ବେଳେ ଏପରି ପାଗ ଖରାପ ହୋଉଥିବାରୁ ବିମାନ ଜରୁରୀ ଅବତରଣ କରିଥାଏ । ଏଥିରେ କୈାଣସି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସମସ୍ତ ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ ବୋଲି ଇଣ୍ଡିଗୋର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।