ଦୀର୍ଘବର୍ଷର ପରମ୍ପରାକୁ ଭାଙ୍ଗିଲେ ବଙ୍ଗାଳୀ ନବବିବାହିତା ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ,ଦେଖନ୍ତୁ ଭିଡିଓ

2,281

ଭାରତୀୟ ବିବାହ ଅର୍ଥାତ୍ ଅନେକ ରୀତିନୀତି ତଥା ପରମ୍ପରାର ଯୁଗଳବନ୍ଦୀ । ଯେଉଁଥିରେ ଏଭଳି ନିୟମ ରହିଛି କି ବିବାହ ପରେ କନ୍ୟା ବାପଘରେ ନ ରହି ଶାଶୁଘରେ ନିଜ ସ୍ୱାମୀଙ୍କ ସହ ରହିଥାଏ ଏବଂ ସେଠାରୁ ହିଁ ଆରମ୍ଭ ହୋଇଥାଏ କନ୍ୟାରୁ ବୋହୂ ,ପତ୍ନୀ ,ମା ହେବାର ଯାତ୍ରା । ବିବାହ ସମୟରେ ନିଜ ଘର ଛାଡି ଯିବାର ଦୁଃଖ ଜଣେ ନୂଆକନିଆ ଠାରୁ ଅବା କିଏ ଜାଣିପାରିବ । କିନ୍ତୁ ଏବେ ଏହି ପରମ୍ପରାରେ ପରିବର୍ତ୍ତନ ଆଣିଛନ୍ତି ଜଣେ ବଙ୍ଗାଳୀ କନ୍ୟା । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଏବେ ବେଶ୍ ସେୟାର୍ ହେଉଛି । ଯେଉଁଠି ନବବଧୂ ରୁପେ ମେଲାଣି ଦେଉଥିବା ଜଣେ ବୋହୁ ବିବାହର ସବୁ ପରମ୍ପରାକୁ ପୂରଣ କରୁଛନ୍ତି । ଯେଉଁଥିରେ ପୁରୋହିତ ତାଙ୍କୁ ଚାଉଳ ପଛକୁ ଫୋପାଡି କହିବାକୁ କହୁଛନ୍ତି ଯେ ମୁଁ ମାତାପିତାଙ୍କର ସବୁ ଋଣ ସୁଝିସାରିଛି ତେଣୁ ମୁଁ ଏବେ ମୋ ଶାଶୁଘରକୁ ଯାଉଛି ।

କିନ୍ତୁ ଏହି ସମୟରେ ନବବିବାହିତା ଜଣଙ୍କ ଯାହା କହିଲେ ଏବେ ତାହା ଭାଇରାଲ୍ ହୋଇଯାଇଛି । ସେ କହିଲେ , ମୁଁ ମୋ ବାପାମା’ଙ୍କ ଋଣ କେବେ ବି ସୁଝି ପାରିବିନି । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବି ଏହାକୁ ସମର୍ଥନ କରୁଛନ୍ତି । କେବଳ ଏତିକି ନୁହଁ ବିଦାଇ ସମୟରେ ଏହି ନବବିବାହିତା କାନ୍ଦିବା ବଦଳରେ କହିଥିଲେ ଯେ ସେ ପୁଣିଥରେ ଶାଶୁଶ୍ୱଶୁର ଏବଂ ସ୍ୱାମୀ ସହ ଘରକୁ ଆସିବେ ।