କୋରିଅର ଜରିଆରେ ପଠାଯାଉଥିିଲା ବାଘଛୁଆ ! ତାଲିମପ୍ରାପ୍ତ କୁକୁର ଦ୍ୱାରା ହେଲା ଉଦ୍ଧାର

69

ନିକଟରେ ସୋସିଆଲ ମିଡିଆରେ ନୀଳ ରଙ୍ଗର ପ୍ଲାଷ୍ଟିକ୍‌ ଡବାରେ ଥିବା ଏକ ବାଘ ଛୁଆର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପଶୁପକ୍ଷୀ ଚାଲାଣ ଏକ ଗମ୍ଭୀର ଅପରାଧ, ବିଶେଷ ଭାବେ ଯେଉଁ ପଶୁପକ୍ଷୀଙ୍କ ପ୍ରଜାତି ଲୋପ ପାଉଛି । ତେବେ ମେକ୍ସିକୋରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମେକ୍ସିକୋ ନ୍ୟୁ ଟଲାକପେକ୍‌  ବସ୍‌ ଷ୍ଟେସନରେ ଏକ ପ୍ଲାଷ୍ଟିକ୍‌ ବକ୍ସ ଭିତରେ ବାଘ ଛୁଆକୁ ପୁଲିସର ତାଲିମ୍‌ପ୍ରାପ୍ତ କୁକୁର ଠାବ କରିଥିଲା । ଫଳରେ ବାଘ ଛୁଆଟି ଉଦ୍ଧାର ହୋଇପାରିଛି । ଏହି ବାଘ ଛୁଆକୁ କେହି କୋରିଅରରେ ଜରିଆରେ ଚାଲାଣ କରୁଥିବା ସନ୍ଦେହ କରାଯାଉଛି ।

ମେକ୍ସିକୋର ଫେଡେରାଲ ପୁଲିସ ଦ୍ୱାରା ୨ମାସର ଏହି ବାଘର ଛୁଆର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ  ଭାଇରାଲ ହୋଇଛି । ଏକ ନୀଳ ରଙ୍ଗର ଡବା ଭିତରେ ବାଘ ଛୁଆଟି ନିଶ୍ୱାସ ନେଇ ନ ପାରି ଅଚତେ ହୋଇ ପଡ଼ିଥିଲା । ଉଦ୍ଧାର ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏହି ମହାବଳ ବାଘ ଛୁଆକୁ ଜେଲିସ୍କୋର ପଶ୍ଚିମ ରାଜ୍ୟ କୟୁଏତରାରୋକୁ ପଠାଇ ଦିଆଯାଇଛି । ତାଲିମପ୍ରାପ୍ତ କୁକୁର ହେତୁ ବାଘ ଛୁଆଟି ବଞ୍ଚି ପାରିଛି ବୋଲି କୁହାଯାଉଛି ।