ରାହୁଲଙ୍କ ପରେ କ’ଣ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲଢ଼ିବେ ଦୁଇଟି ଆସନରୁ ନିର୍ବାଚନ ! ଏହି ରାଜ୍ୟରୁ ଉଠିଲା ଦାବି

337

ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ଶାଖାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟର କୌଣସି ଲୋକସଭା ସିଟରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଛନ୍ତି । ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଶନିବାର ଦିନ ଏହାର ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ସିଟ୍ ଅଛି । ଏହି ସିଟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି ।

ମୁକୁଲ ରାୟ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇଛି, ସେ ଏଥର ପଶ୍ଚିମବଙ୍ଗର କୌଣସି ଲୋକସଭା ଆସନରୁ ନିର୍ବାଚନ ଲଢ଼ନ୍ତୁ, ଯେଉଁଠାରେ କି ଅନ୍ତିମ ପର୍ଯ୍ୟାୟରେ ମେ’ ମାସ ୧୨ ଏବଂ ୧୯ ତାରିଖରେ ମତଦାନ ହେବ । ମୁକୁଲ ରାୟ କହିଛନ୍ତି, ସେ (ନରେନ୍ଦ୍ର ମୋଦି) ଏବେ କିଛି କହି ନାହାନ୍ତି , କିନ୍ତୁ ଆମର ଦୃଢ ଆଶା ଯେ, ସେ ଆମ ପ୍ରସ୍ତାବରେ ରାଜି ହେବେ । ସୂଚନାଯୋଗ୍ୟ, ଗତକାଲି ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁରର ବୁନିୟାଦପୁରରେ ହୋଇଥିବା ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଅନୁରୋଧ କରିଛନ୍ତି । ତେବେ ମୋଦି କ’ଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।