ପୁଣିଥରେ ତେଜିଲା ମିଠା ଲଢ଼େଇ । ରସଗୋଲାକୁ ନେଇ ଓଡ଼ିଆ ପ୍ରଯୋଜକଙ୍କ ବଙ୍ଗଳା ଫିଲ୍ମ ନିର୍ମାଣକୁ ବିଭିନ୍ନ ମହଲରେ ସମାଲୋଚନା

ପୁଣିଥରେ ଚର୍ଚ୍ଚାରେ ରସଗୋଲା

128

କନକ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ରସଗୋଲା । ରସଗୋଲାର ଉତ୍ପତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ବଙ୍ଗଳା ଚଳଚ୍ଚିତ୍ର ରସଗୋଲାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଓଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜା ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି । ତେବେ ଫିଲ୍ମରେ କୋଲକାତାର ନବୀନ ଚନ୍ଦ୍ର ଦାସଙ୍କୁ ରସଗୋଲାର ଉଦ୍ଭାବକ ଭାବେ ଦର୍ଶାଯିବା ନୂଆ ବିବାଦକୁ ଜନ୍ମ ଦେଇଛି । ତେବେ ଏ ସମ୍ପର୍କରେ ଅକ୍ଷୟ ପରିଜା କହିଛନ୍ତି ଫିଲ୍ମରେ ରସଗୋଲାର ଉତ୍ପତିସ୍ଥଳ ସମ୍ପର୍କରେ କିଛି ବିବରଣୀ ଦିଆଯାଇନାହିଁ ବରଂ ନାୟକ ନାୟିକାଙ୍କ ମିଠା ପ୍ରେମକୁ ରସଗୋଲାର ସ୍ୱାଦ ସହ ତୁଳନା କରାଯାଇଛି ।

 

ସେପଟେ ଗବେଷକ ଅସିତ ମହାନ୍ତି କହିଛନ୍ତି ତଥ୍ୟ ନଥାଇ ଇତିହାସକୁ ବିକୃତ କରିବାର ଅଧିକାର କାହାର ନାହିଁ । ଆବଶ୍ୟକ ହେଲେ ଫିଲ୍ମକୁ ବିରୋଧ କରାଯିବ । ଆସନ୍ତା ମାସରେ ମୁକ୍ତିଲାଭ କରିବ ବଙ୍ଗଳା ଫିଲ୍ମ ରସଗୋଲା । ତେବେ ଅନେକର ଦିନ ହେଲାଣି ରସଗୋଲାକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ହେଲାଣି ବିବାଦ ଦେଖାଯାଇଛି । ତେବେ ଏପରି ବିବାଦ ପରେ ପୁଣି ରସଗୋଲାକୁ ନେଇ ଏପରି ତଥ୍ୟ ପଦାକୁ ଆସିବାରୁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।