ମହିଳାଙ୍କ ପାଇଁ ମନ୍ଦ ନୁହେଁ ରେଡ୍ ଓ୍ଵାଇନ୍‌

31
ଆଲକହଲ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଶରୀର ପାଇଁ  ଅଧିକ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ। ନିୟମିତ ଆଲକହଲ ସେବନ କରୁଥିବା ମହିଳାମାନଙ୍କ ଗର୍ଭଧାରଣର କ୍ଷମତାକୁ ହ୍ରାସ କରିଦେଇଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କି ରେଡ ଓ୍ଵାଇନ୍‌ ମହିଳାମାନଙ୍କ  ଶରୀରରୁ  କେତେକ ରୋଗକୁ ଉପଶମ କରିବାରେ ସହାୟକ ହୋଇଥାଏ । ରିପୋର୍ଟ ଅନୁଯାୟୀ, ରେଡ୍  ଓ୍ଵାଇନ୍‌ ପାନ କଲେ ମହିଳାମାନଙ୍କ ଗର୍ଭଧାରଣର କ୍ଷମତା ବୃଦ୍ଧି ପାଇବା ସହିତ ଋତୁସ୍ରାବ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ପୋଲାଣ୍ଡ ଓ  କାଲିଲଫର୍ଣ୍ଣଆର ଗବେଷକମାନେ ଜାଣିବାକୁ ପାଇଛନ୍ତି, ରେଡ୍‌ ଓ୍ଵାଇନରୁ ମିଳୁଥିବା ଆଣ୍ଟିଅକସିଡେଣ୍ଟ ରେସବେରେଟ୍ରାଲ (ଧଳା ଅଙ୍ଗୁର ଚୋପାରେ ଥାଏ) ମହିଳାଙ୍କ ପିସିଓଏମ୍‌ (ପଲିସିଟିକ ଓବରିୟନ ସେଣ୍ଡ୍ରୋମ)କୁ ସୁରକ୍ଷା ଦେଇଥାଏ।
କେବଳ ଏତିକି ନୁହେଁ, ମହିଳାମାନେ ରେଡ ଓ୍ଵାଇନ୍‌ ସେବନ କଲେ ଓଜନ ବୃଦ୍ଧି ଜନିତ ସମସ୍ୟା, ଶରୀରରେ ସାଧାରଣଠାରୁ ଅଧିକ କେଶ ଉଠିବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
ମାର୍କେଟରେ ଆଣ୍ଟିଅକସିଡେଣ୍ଟ ରେସବେରେଟ୍ରାଲର ଔଷଧ ଉପଲବ୍ଧ ଅଛି ।  କିନ୍ତୁ ଏହାକୁ ସେବନ କରିବା ଦ୍ୱାରା  ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ରେଡ ଓ୍ଵାଇନ୍‌କୁ ସେ କ୍ଷେତ୍ରରେ ବ୍ୟବହାର କରି ପରିବେ।
୨୦୦୬ ମସିହାରେ ରେଡ ଓ୍ଵାଇନ୍‌କୁ ନେଇ ଆଉ ଏକ ଗବେଷଣା ହୋଇଥିଲା। ସେଥିରୁ ଜଣାପଡ଼ିଥିଲା କି ପ୍ରତିଦିନ ଯଦି ଜଣେ ରେଡ ଓ୍ଵାଇନ ସେବନ କରୁଥାଏ ତେବେ କ୍ୟାନସର ଓ ମଧୁମେହ ଭଳି ରୋଗରୁ ମୁକ୍ତି ପାଇ ହେବ।