ଖରାଦିନେ ମୁହଁରେ ବରଫ ଘଷିବା ଦ୍ୱାରା ମିଳିଥାଏ ଅନେକ ଫାଇଦା !

40

ଖରାଦିନେ ଅନେକ ଲୋକ ନିଜ ତ୍ୱଚାର ଯତ୍ନ ଠିକ୍ ଭାବରେ ନେଇ ପାରନ୍ତି ନାହିଁ । ପ୍ରବଳ ଖରାରେ ତ୍ୱଚା କଳା ପଡ଼ିଯାଇଥାଏ । ଏହାଛଡ଼ା ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ତ୍ୱଚା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ବ୍ୟକ୍ତିର ତ୍ୱଚା ମଳିନ ପଡ଼ିବା, ତେଲିଆ ଦିଶିବା ଏବଂ ବ୍ରଣ ଉଠିବା ସମସ୍ୟା ଆଦି ଉପୁଜିଥାଏ। କିନ୍ତୁ ଏଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ବରଫ ଖଣ୍ଡ । ମୁହଁରେ ବରଫ ଘଷିବା ଫଳରେ ଆମକୁ ଅନେକ କିଛି ଫାଇଦା ଦେଇଥାଏ।
୧-ତ୍ୱଚାରେ ବରଫ ଘଷିବା ଦ୍ୱାରା ତ୍ୱଚାରେ ହେଉଥିବା କୁଞ୍ଚନ ସମସ୍ୟାରୁ ମୁକ୍ତି ମିଳିଥାଏ।
୨-ଏହାସହିତ ବରଫ ଖଣ୍ଡକୁ ମୁହଁରେ ଘଷିଲେ ମୁହଁରେ ରହିଥିବା ଡ଼େଡସ୍କିନ୍ ସେଲ୍ ଅପସରି ନୂତନ ତ୍ୱଚା କଅଁଳି ଥାଏ।।
୩-ଏତଦବ୍ୟତୀତ ବରଫର ଖଣ୍ଡକୁ ମୁହଁରେ ଘଷିଲେ ରକ୍ତ ସଂଚାଳନରେ ବୃଦ୍ଧି ଘଟିଥାଏ। ଏହା ଚେହେରାର ହଳଦିଆ ପଣକୁ ଦୂର କରି ହାଲକା ଲାଲ୍ କରିଥାଏ।
୪-ତେବେ ବରଫକୁ ମୁହଁରେ ଘଷିଲେ ଏହା ମୁହଁରୁ ତୈଳୀୟ ଅଂଶକୁ ନିୟନ୍ତ୍ରଣରେ ରଖିବା ସହିତ ବ୍ରଣଜନିତ ସମସ୍ୟାକୁ ମଧ୍ୟ କମ୍ କରିଥାଏ।
୫-ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ୟ୍ୟ ହେବ ଯେ,ବରଫର ହାଲକା ମସାଜ ଦ୍ୱାରା ବି ଫୁଲିଥିବା ଆଖି ସାଧାରଣ ଆକାରକୁ ଫେରିଆସେ ! ତେବେ ଆପଣଙ୍କୁ ଏହାକୁ ଧ୍ୟାନ ରଖିବାକୁ ହେବ ଯେ,ଯେପରି ଆପଣ ବରଫ ଖଣ୍ଡକୁ ସିଧାସଳଖ ଭାବରେ ମସାଜ୍ ନ କରନ୍ତି ବରଂ ଏହାକୁ କୌଣସି ଏକ କପଡ଼ାରେ ପୁରାଇ ମୁହଁରେ ହାଲକା ଭାବରେ ୫ ମିନିଟ୍ ପର୍ୟ୍ୟନ୍ତ ମସାଜ୍ କରନ୍ତୁ।