ବିବାହ ସମୟରେ ହଳଦୀର ଭୂମିକା ଏବଂ ଏହାର କିଛି ଔଷଧୀୟ ଗୁଣ !

88

ବିବାହ ଭଳି ଏକ ପବିତ୍ର ତଥା ସାମାଜିକ କର୍ମରେ ହଳଦୀର ମୁଖ୍ୟ ଭୂମିକା ରହିଛି । ବିବାହ କର୍ମରେ ହଳଦୀକୁ ଶୁଭରଙ୍ଗ ଭାବରେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ, ହଳଦୀର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ।

ବିବାହ ପୂର୍ବରୁ ଆମ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଉଭୟ ବର ଓ କନ୍ୟାଙ୍କୁ ହଳଦୀ ଲଗାଇବାର ବିଧି ରହିଛି । କିନ୍ତୁ ହଳଦୀକୁ କାହିଁକି ବିବାହ ପୂର୍ବରୁ ଲଗାଯାଇଥାଏ । ଆସନ୍ତୁ ହଳଦୀ ସମ୍ବନ୍ଧରେ ଜାଣିବା କିଛି କଥା ।

– ହଳଦୀରେ ଚର୍ମ ରୋଗ ପ୍ରତିରୋଧକ ଶକ୍ତି ରହିଛି । ବିବାହ ସମୟରେ ନାନା ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହେଉଥିବା ହେଉଥିବାରୁ ଚର୍ମ ରୋଗର ଆଶଙ୍କା ରହିଥାଏ । ତେଣୁ ସେ ସବୁକୁ ଦୃଷ୍ଟିରେ ରଖି ଘର ଲୋକେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଇ ଦେଇଥାଆନ୍ତି, ଯେମିତି ତାଙ୍କର ମୁହଁର କୌଣସି କ୍ଷତି ହେବ ନାହିଁ ।

– ବିଶ୍ୱାସ ରହିଛି ଯେ ବିବାହ ପରେ ତ୍ୱଚାରେ ପୂର୍ବ ଅପେକ୍ଷା ଅଧିକ ଚମକ୍ ଆସିଥାଏ । ତାହା ମଧ୍ୟ ଏହି ହଳଦୀର ପ୍ରଭାବ ।

– ହଳଦୀ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ, କଳାଦାଗ ଆଦି ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଉଜ୍ୱଳ ଦିଶିଥାଏ । ତେବେ, ଉଭୟ ବର ଓ କନ୍ୟାଙ୍କ ପାଇଁ ସେ ସମୟରେ ସୁନ୍ଦର ଦେଖାଯିବା ଜରୁରୀ ମଧ୍ୟ ହୋଇଥାଏ ।

– ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ ଦେଇଥାନ୍ତି । ନୂଆ କରି ଜୀବନ ଆରମ୍ଭ କରିବାକୁ ଯାଉଥିବା ନବ ଦମ୍ପତିଙ୍କ ସଂପର୍କର ପବିତ୍ରତା ପାଇଁ ହଳଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ।