ହଳଦୀରେ ଭରି ରହିଛି ଅନେକ ଔଷଧୀୟ ଗୁଣ ! ବିଛା କାମୁଡିଲେ ଦେବ ଉପଶମ, ଜାଣନ୍ତୁ ହଳଦୀର ୫ଟି ଫାଇଦା

176

ଭାରତରେ ଅଧିକାଂଶ ଖାଦ୍ୟରେ ହଳଦୀର ବ୍ୟବହାର ହୋଇଥାଏ । ହଳଦୀ ବିନା ଖାଦ୍ୟର ରଙ୍ଗ ଫିକା ପଡିଯାଇଥାଏ । କେବଳ ଖାଦ୍ୟ ନୁହେଁ ହଳଦୀର ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆଶ୍ଚଯ୍ୟ ହେବେ । ଏପରିକି ଆୟୁବୈଦିକ ଚିକିତ୍ସାରେ ମଧ୍ୟ ହଳଦୀର ବ୍ୟବହାର ଦେଖିବାକୁ ମିଳିଥାଏ । ତେବେ ହଳଦୀ ଭିତରେ ଭରି ରହିଥିବା ଔଷଧୀୟ ଗୁଣ ବିଷୟରେ ଅନେକ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା ହଳଦୀର କିଛି ଔଷଧୀୟ ଗୁଣ ସର୍ମ୍ପକରେ ।

ବିଛା କାମୁଡିଲେ : ସାଧାରଣତଃ ବିଛା କାମୁଡିଲେ ଅନେକ ଲୋକ ଡରି ଯାଇଥାନ୍ତି । ଏପରିକି ବିଛା ଦଂଶନ କରିବା ଦ୍ୱାରା ପ୍ରବଳ ମାତ୍ରାରେ କଷ୍ଟ ଅନୂଭୁତ ହୋଇଥାଏ । ତେବେ ଏଭଳି ସମୟରେ ଆଦୌ ଚିନ୍ତିତ ନ ହୋଇ କ୍ଷତ ସ୍ଥାନରେ ହଳଦୀ ଓ ଚୂନର ପେଷ୍ଟ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଯନ୍ତ୍ରଣାରୁ କିଛି ମାତ୍ରାରେ ଉପଶମ ମିଳିଥାଏ ।

downloadତ୍ୱଚାରେ ଆଣେ ଚମକ : ହଳଦୀ ଶରୀର ପାଇଁ ବେଶ ଉପଯୋଗୀ । ତ୍ୱଚାକୁ ସୁନ୍ଦର ରଖିବା ପାଇଁ ହଳଦୀକୁ ବ୍ୟବହାର କରାଯାଏ । ତେବେ ହଳଦୀ, କ୍ରିମ ଓ କ୍ଷୀରର ମିଶ୍ରଣରେ ପ୍ରସ୍ତୁତ ପେଷ୍ଟକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଏହି ପେଷ୍ଟ ଲଗାଇବା ଦ୍ୱାରା ତ୍ୱଚା ନରମ ରହିବା ସହ ପ୍ରାକୃତିକ ସୌନ୍ଦଯ୍ୟ ମିଳିଥାଏ ।

କ୍ଷତକୁ ଭଲ କରିଥାଏ : କଞ୍ଚା ହଳଦୀ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ଏହା ଭିତରେ ଔଷଧୀୟ ଗୁଣ ଭରି ରହିଥାଏ । ଯଦି ଖଣ୍ଡିଆ ଖାବରା କିମ୍ବା ଆଣ୍ଠ ଦରଜ ରହୁଥାଏ ତେବେ କଞ୍ଚା ହଳଦୀକୁ ଭଲ ଭାବେ ପେଶି ଏହାକୁ ଗରମ କରି ନଡିଆ ତେଲ ଦô୍ାରା ମିଶାଇ କ୍ଷତ ସ୍ଥାନରେ ମାରିଲେ ଖୁବଶୀଘ୍ର କ୍ଷତ ଭଲ ହେବା ସହ ଆଣଣ୍ଠୁ ଦରଜ ମଧ୍ୟ କମିଥାଏ ।

ହଳଦୀ ହାଲୁଆ : ହଳଦୀକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଇଥାଏ ତାହା ନୁହେଁ ହଳଦୀରେ ହାଲୁଆ ପ୍ରସ୍ତୁତ କରି ଖାଇ ପାରିବେ । ହଳଦୀ ହାଲୁଆ ଶରୀର ପାଇଁ ସ୍ୱାସ୍ଥ୍ୟକର । ଏହାକୁ ଖାଇବା ଦ୍ୱାରା ଶରୀର ସର୍ବଦା ଫିଟ୍ ରହିଥାଏ । ଖାସକରି ପ୍ରସବ ପରେ ମହିଳା ମାନେ ଏହି ହାଲୁଆ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ରହିଥାଏ ।

ଗରମ କ୍ଷୀର : ଭାରତରେ ଅଧିକାଂଶ ଲୋକ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଗରମ କ୍ଷୀର ସହ ହଳଦୀ ଗୁଣ୍ଡ ମିଶାଇ ରାତିରେ ପିଇବା ଦ୍ୱାରା ଥଣ୍ଡା, ସର୍ଦ୍ଦି ଓ ଶରୀର ଦରଜ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।