ଜାଣନ୍ତୁ ତ୍ରିଫଳା ଚୁର୍ଣ୍ଣର ଗୁଣ ବିଷୟରେ . . . . .

263

ତ୍ରିଫଳା ଚୁର୍ଣ୍ଣ ମାନେ ହେଲା ହରିଡ଼ା, ଅଁଳା ଓ ବାହାଡ଼ାର ମିଶ୍ରଣ । କହିବାକୁ ଗଲେ ଏହି ୩ଟି ଜିନିଷକୁ ଅଲଗା ଅଲଗା ଖାଇଲେ ମଧ୍ୟ ଆପଣ ଫାଇଦା ପାଇ ପାରିବେ । ହେଲେ ହରିଡ଼ା, ଅଁଳା ଓ ବାହାଡ଼ାର ମିଶ୍ରଣକୁ ସେବନ କରିବା ଦ୍ୱାରା ଏହାର ଲାଭ ଅଧିକ ମାତ୍ରାରେ ବଢ଼ିଯାଇଥାଏ । ତେବେ ତ୍ରିଫଳା ଚୁର୍ଣ୍ଣକୁ ଅଳ୍ପ ଉଷୁମ ପାଣିରେ ମିଶାଇ ସେବନ କଲେ, ଏହା ସ୍ୱସ୍ଥ୍ୟ ପାଇଁ ଏହା ବହୁତ ଲାଭପ୍ରଦ ହୋଇଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ . . . . .

୧- ପ୍ରତ୍ୟେକ ଦିନ ସକାଳୁ ଗୋଟିଏ ଗ୍ଲାସ୍‌ ପାଣିରେ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣ ଓ ଏକ ଚାମଚ ମହୁକୁ ମିଶାଇ ପିଇବା ଦ୍ୱାରା ବ୍ୟକ୍ତିର ମୋଟା ପଣ ଦୂର ହୋଇଥାଏ ।

୨- ଗୋଟିଏ ମାଟି ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଏକ ଚାମଚ ତ୍ରିଫଳା ଚୁର୍ଣ୍ଣକୁ ଭିଜେଇ ରଖିଦିଅନ୍ତୁ । ଏହାପରେ ଏହାକୁ ସକାଳେ ପିଇନ୍ତୁ । ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ ।

୩- ଏହାବ୍ୟତୀତ ଏହି ପାଣିକୁ ଛାଣି ଆଖି ଧୋଇଲେ ଜଳାପୋଡ଼ା ଦୂର ହୋଇଥାଏ ।

୪- ସକାଳ ଓ ସନ୍ଧ୍ୟାରେ ଦୁଇ ଚାମଚ ତ୍ରିଫଳାଚୁର୍ଣ୍ଣକୁ ଥଣ୍ଡା ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ।

୫- ତ୍ରିଫଳାର ଚୁର୍ଣ୍ଣକୁ ଥଣ୍ଡା ପାଣିରେ ମଶାଇ ସେହି ପାଣିରେ କୁଳି କଲେ, ମୁଖଦୁର୍ଗନ୍ଧ ସହିତ ଅନ୍ୟାନ୍ୟ ଦାନ୍ତ ରୋଗ ମଧ୍ୟ ଦୂର ହୁଏ ।

୬ -ଏହାବ୍ୟତୀତ ତ୍ରିଫଳା ଚୁର୍ଣ୍ଣକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଏହା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାଠାରୁ ଆରାମ ଦେଇଥାଏ ।

୭- ତ୍ରିଫଳା ଚୁର୍ଣ୍ଣର ଆଉ ଏକ ଉପକାରିତା ହେଲା, ଏହା ରକ୍ତରେ ଇନସୁଲିନ ତିଆରି ବଢ଼ାଇଥାଏ ଏବଂ ସୁଗାର୍‌ ଲେବୁଲକୁ ନିୟନ୍ତ୍ରିତ କରେ ।

୮- ଏହାସହିତ ତ୍ରିଫଳା ଚୁର୍ଣ୍ଣରେ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ । ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଫଳରେ କେଶ ଶୀଘ୍ର ଧଳା ହୁଏ ନାହିଁ କି ଚେହେରାରେ କୁଞ୍ଚନ ପଡ଼େ ନାହିଁ।