ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ ! ମିଳିବ ଏହି ୫ଟି ସମସ୍ୟାରୁ ମୁକ୍ତି

470

ବାଦାମ ବା କାଜୁଠାରୁ ଅଧିକ ଲାଭ ଦେଇଥାଏ ଦେଶୀ ବୁଟ । କାରଣ ଦେଶୀ ବୁଟରେ ପ୍ରଚୁର ପରିମାଣର ପ୍ରୋଟିନ୍ , ଭିଟାମିନ୍ ଏବଂ ଫାଇବର୍ ଥାଏ । ପ୍ରତିଦିନ ରାତିରେ କୌଣସି ମାଟି ପାତ୍ର ବା ଚାଇନ୍ ପାତ୍ରରେ ଦେଶୀ ବୁଟ ଭିଜାଇ ସକାଳେ ଖାଆନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହି ବୁଟ ଖବ୍ ଲାଭଦାୟକ । ଏବେ ନଜର ପକାନ୍ତୁ ପ୍ରତିଦିନ ଏହି ବୁଟ ଖାଇଲେ କି ଉପକାର ମିଳିଥାଏ  ।

139-Sprouted-chickpeas– ପ୍ରତିଦିନ ସକାଳେ ଗଜା ବୁଟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ  ହୋଇଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌  ଅଛି ।

– ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି  ପାଇଥାଏ ।

– ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ, ତେବେ ଗଜା ବୁଟ ଖାଇବା  ଦ୍ୱାରା  ସେହି ସମସ୍ୟା  ରହିବ ନାହିଁ । ଏହା ପାଇଲସ ପାଇଁ ମଧ୍ୟ ଉପକାରୀ ।

– ଲୁଣ ନ ମିଶାଇ ଗଜା ବୁଟ ଚୋବାଇ  ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ  ମଧ୍ୟ  ହୋଇ ନ ଥାଏ ।

– ଯଦି ଆପଣ  ପତଳା ଓ ନିଜ ଶରୀରକୁ ଟିକେ ମୋଟା ଦେଖିବାକୁ ଚାହାଁନ୍ତି, ତେବେ  ଏଥିପାଇଁ ମଧ୍ୟ ଗଜା ବୁଟ ଖୁବ୍‌ କାମରେ ଆସେ ।

ତେବେ କେବଳ ଦେଶୀ ବୁଟ ନୁହେଁ କାବୁଲି ବୁଟ ଏବଂ ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । ଏବେ ନଜର ପକାନ୍ତୁ କାବୁଲି ବୁଟ ପାଣିର ୫ ଟି ଫାଇଦା ଉପରେ । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

o-AQUAFABA-900ଦୁର୍ବଳ ଲାଗି ନଥାଏ :
କାବୁଲି ବୁଟ ପାଣିରେ ପ୍ରଚୁର ପରିମାଣର ଆଇରନ୍ ଥାଏ । ଏହାକୁ ପ୍ରତିଦିନ ପିଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

କୋଲେଷ୍ଟ୍ରଲ୍ ସ୍ତର କମ୍ ହୋଇଥାଏ :
କାବୁଲି ବୁଟ ପାଣି ହୃଦ ଜନିତ ଅନେକ ସମସ୍ୟା ଦୂର କରିଥାଏ । କେବଳ ସେତିକି ନୁହେଁ ଏହି ପାଣି ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ କମିଥାଏ ।

ମାଂସପେଶୀ ମଜଭୂତ ହୋଇଥାଏ :
ଏହି ପାଣି ପିଇଲେ ସାଂସପେଶୀ ମଜଭୂତ ହୋଇଥାଏ । ତେଣୁ ଭିଜା ହୋଇଥିବା କାବୁଲି ବୁଟର ପାଣି ନଫିଙ୍ଗି ପ୍ରତିଦିନ ଏହାକୁ ପିଅନ୍ତୁ ।

ଓଜନ ନିୟନ୍ତ୍ରିତ ରହିଥାଏ :
ଏହି ପାଣିରେ ପ୍ରଚୁର ପରିମାଣର ଫାଇବର୍ ରହିଥାଏ । ତେଣୁ ପ୍ରତିଦିନ ଏହି ପାଣି ପିଇଲେ ଓଜନ ନିୟନ୍ତ୍ରିତ ରହିଥାଏ ।

ଚୁଟି ଝଡିବା କମିଥାଏ :
ଏହି ପାଣିରେ ଜିଙ୍କ୍ ଏବଂ କପର୍ ରହିଥାଏ । ଯାହା ଚୁଟି ଝଡିବା କମ୍ କରିବା ସହ ଚେହେରାରେ ମଧ୍ୟ ଚମକ ଆଣିଥାଏ ।