ପ୍ରତିଦିନ ଖାଆନ୍ତୁ ଗୋଟିଏ ମାତ୍ର ତେଜପତ୍ର ! ଅନେକ ସମସ୍ୟାରୁ ମିଳିବ ମୁକ୍ତି

59

ସମସ୍ତଙ୍କ ରୋଷେଇ ଘରେ ତେଜପତ୍ର ଦେଖିବାକୁ ମିଳେ । ପ୍ରାୟତଃ ତେଜପତ୍ରକୁ ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ତାହା ଅନେକ ଲୋକଙ୍କୁ ଅଜଣା । ଏଥିରେ ଥିବା ଆଂଟିଅକ୍ସିଡାଂଟରେ ଅନେକ ଔଷଧିୟ ଗୁଣ ଭରପୁର ଥାଏ । ତେଜପତ୍ର ଖାଉଥିବା ଲୋକଙ୍କଠାରେ ପାଚନ ସମସ୍ୟା କମ ଦେଖାଯାଇଥାଏ । ଏହା ବ୍ୟତୀତ ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା ତେଜପତ୍ର ଖାଇବାର ଅନେକ ଲାଭ ବିଷୟରେ ।

ଚିନ୍ତା ଦୂର କରେ – ତେଜ ପତ୍ର ଆଖପାଖର ବାତାବରଣରେ ଥିବା ଦୂଷିତ କୀଟାଣୁ ମାରିଥାଏ । ଯଦି ଆପଣ ଚିନ୍ତାରେ ଅଛନ୍ତି ତେବେ ଗୋଟିଏ ତେଜ ପତ୍ର ଜଳାନ୍ତୁ । କିଛି ସମୟ ପରେ ଆପଣଙ୍କ ଚିନ୍ତା ଦୂର ହୋଇଯିବ ।

ଥକାପଣ ଦୂର କରେ – ତେଜପତ୍ର ଘରେ ଜଳାଇବା ଦ୍ୱାରା ଥକାପଣ ଦୂର ହୋଇଥାଏ । ଏହାର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତି ଦେଇଥାଏ । ତେଜ ପତ୍ର ଜଳାଇବା ଦ୍ୱାରା ମସ୍ତିଷ୍କର ଶୀରାକୁ ଶାନ୍ତି ମିଳିଥାଏ । କେବଳ ଏହା ନୁହେଁ ଏହାର ଧୂଆଁ ପ୍ରଶ୍ୱାସରେ ଯିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ ।

କୋଷ୍ଠକାଠିନ୍ୟ ଦୂର କରିଥାଏ – ଯଦି ଆପଣଙ୍କର କେଷ୍ଠକାଠିନ୍ୟ, ଏସିଡିଟି ପରି ସମସ୍ୟା ରହିଛି ତେବେ ତେଜପତ୍ର ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହାଛଡା ତେଜପତ୍ରକୁ ଗୁଣ୍ଡ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡରେ କମଳା ଚୋପାର ପାଉଡରକୁ ମିଶାନ୍ତୁ । ଏହି ମିଶ୍ରଣରେ ସପ୍ତାହକୁ ୩ଥର ବ୍ରଶ କରବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଥାଏ ।

ମଧୁମେହ ପାଇଁ ଲାଭଦାୟକ – ଯଦି ଆପଣଙ୍କ ମଧୁମେହ ରୋଗରେ ପୀଡ଼ିତ, ତେବେ ତେଜପତ୍ର ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ । ଏହାସହ ହୃତପିଣ୍ଡକୁ ସୁସ୍ଥ ରଖିଥାଏ । ଏଥିପାଇଁ ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ତେଜ ପତ୍ରର ପ୍ରୟୋଗ କରନ୍ତୁ ।

ଅଧିକ ନିଦ ଦୂର କରିଥାଏ – ଯଦି ଆପଣଙ୍କୁ ନିଦ ସହ ଜଡିତ ସମସ୍ୟା ଥାଏ କିମ୍ବା ଅଧିକ ନିଦ ଆସୁଥାଏ ତେବେ ତେଜପତ୍ରକୁ ରାତିରେ ଛଅ ଘଂଟା ଭିଜାଇ ରଖନ୍ତୁ । ସକାଳୁ ଉଠି ଏହି ପାଣିକୁ ପିଅନ୍ତୁ । ଏହା କରିବା ଦ୍ୱାରା ଶରାରକୁ ଅନେକ ଲାଭ ମିଳିବା ସହିତ ନିଦ୍ରା ସମସ୍ୟା ଦୂର କରିଥାଏ ।

କିଡନୀ ସମସ୍ୟା ଦୂର କରିଥାଏ – କିଡନୀ ସହ ଜଡୀତ ସମସ୍ୟା ଥିଲେ ତେଜପତ୍ର ଏଥିରୁ ମୁକ୍ତି ଦେଇଥାଏ । କିଡନୀ ସହ ଜଡିତ କୌଣସି ସମସ୍ୟା ପାଇଁ ତେଜ ପତ୍ରକୁ ପାଣିରେ ଫୁଟାନ୍ତୁ । ଏହାପରେ ପାଣିକୁ ଥଣ୍ଡା କରି ପିଅନ୍ତୁ । ତେଜପତ୍ରରେ କ୍ୟାନସରଠାରୁ ଲଢିବା ପରି ଗୁଣ ମିଳିଥାଏ । ଏଥିରେ ଥିବା ତତ୍ୱ କ୍ୟାନସର ପରି ମାରାତ୍ମକ ରୋଗଠାରୁ ମୁକ୍ତି ଦେଇଥାଏ ।

ଋୂପି ଦୂର କରିଥାଏ – ତେଜ ପତ୍ରର ଶୁଖିଲା ପତ୍ରକୁ ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରରେ ଦହି ମିଶାଇ ଏହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ କିଛି ସମୟପରେ ଧୋଇଦିଅନ୍ତୁ । ଏହା କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ ।