ଫିଟþ ରହିବା ପାଇଁ ଦୌଡି ଡିଆଁ କେତେ ଉପକାରୀ . . . . . . .

70

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟା ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା ଯତ୍ନଶୀଳ ହୋଇପାରୁ ନାହାନ୍ତି । ଫଳରେ ମେଦବହୁଳତା ଓ ଏହାସହ ଜଡିତ ରୋଗର ଶିକାର ହେଉଛନ୍ତି । ଏକ୍ଷେତ୍ରରେ ମହିଳାମାନେ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ । ଯଦି ଏଥିପାଇଁ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ, ତେବେ ଆପଣ ଦୌଡି ଡିଅାଁ ବା ସ୍କିପିଂ କରିପାରିବେ । ଆସନ୍ତୁ ଜାଣିବା ସ୍କିପିଂ କରିଲେ କ’ଣ କ’ଣ ସୁଫଳ ମିଳେ ।

୧.ସ୍କିପିଂ କରିବା ଦ୍ୱାରା ସବୁ ଅଙ୍ଗର ବ୍ୟାୟାମ ହେଉଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହ ତ୍ୱଚାରେ ଚମକ ଆସିଥାଏ । ଏହାସହ ଶରୀରରୁ ଅତିରିକ୍ତ ଚର୍ବି ମଧ୍ୟ କମିଯାଏ ।

୨. ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରାଏ । ଯାହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମସ୍ତିସ୍କ ସୁସ୍ଥ ରହେ ।

୩.ଦୌଡି ଡିଆଁ ସମୟରେ ଉଭୟ ହାତ ଓ ଗୋଡର ସଞ୍ଚାଳନ ଭଲଭାବେରେ ହୋଇଥାଏ । ଯାହାଦ୍ୱାରା ହାତ, ଗୋଡର ମାଂଶପେଶୀ ଶକ୍ତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ମୁକ୍ତି ମିଳେ ।

୪.ଏହି ବ୍ୟାୟାମ କରିବା ଦ୍ୱାରା ଶରୀରରୁ ପ୍ରଚୁର ଝାଳ ବାହାରୁ ଥିବାରୁ ଶରୀରର କ୍ୟାଲୋରୀ ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ ଚର୍ବି ଅଂଶକୁ ବାହାର କରିବାରେ ସାହାଯ୍ୟ କରେ ।

୫.ଦୌଡି ଡିଆଁ ସମୟରେ ଫୁସଫୁସକୁୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପହଞ୍ଚୁଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ରକ୍ଷା ମିଳେ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଏହାସହ ପଢ଼ନ୍ତୁ –ଉତ୍ତମ ନିଦ୍ରା ପାଇଁ ଉପଯୁକ୍ତ ଖାଦ୍ୟପେୟ ଓ ଜୀବନଶୈଳୀ ଜରୁରୀ . . . . . .