ଆରମ୍ଭ ହେଲାଣି ଶୀତ ଋତୁ, ଖାଆନ୍ତୁ ମୂଳା ! ଦୂର ହେବ ଉଚ୍ଚରକ୍ତଚାପ

83

ଶୀତ ଋତୁ ଆରମ୍ଭ ହୋଇଯାଇଛି । ଆଉ ଅନୁଭୂତ ହେଲାଣି ଶୀତ ।  ଧୀରେ ଧୀରେ ବଜାରରେ ବିଭିନ୍ନ ପରିବା ସୁଲଭ ମୂଲ୍ୟରେ ମିଳିବ । ଏବେ ପରିବା ବଜାରରେ ଦେଖିବାକୁ ମିଳିବ ମୂଳା । ବଜାରରେ ଉଭୟ ଧଳା ଓ ଲାଲ୍ ମୂଳା ମିଳିଥାଏ । ତେବେ ମୂଳା ଯେତିକି ସ୍ୱାଦିଷ୍ଟ, ସେତିକି ଉପକାରୀ । ଏହାର ପତ୍ର ଅର୍ଥାତ ମୂଳାଶାଗ ମଧ୍ୟ ଶରୀର ଲାଗି ଖୁବ୍ ଉପାଦେୟ ।

ବ୍ଲଡପ୍ରେସର ଥିଲେ ହଠାତ ମୁଣ୍ଡ ବୁଲେଇ ହୋଇଯାଏ । ସବୁଆଡ ଅନ୍ଧାର ଦିଶେ । ଆମେ ଯଦି ମୂଳା ଶାଗକୁ ଆମ ଖାଇବା ରୁଟିନ୍ରେ ରଖିବା ତା’ହେଲେ ଆମେ ଏଥିରୁ ଲାଭ ପାଇବା  । ଲୋକମାନେ ସାଧାରଣତଃ ମୂଳାକୁ ସାଲାଡ୍ ଭାବରେ ଖାଇଥାଆନ୍ତି । କିନ୍ତୁ ଏହାର ପତ୍ର ମଧ୍ୟ ବହୁତ ଉପକାରୀ । ଏହାର ପତ୍ରରେ କ୍ୟାଲସିୟମ୍, ଫଲିକ୍ ଏସିଡ୍, ଭିଟାମିନ୍ ସି ଆଦି ଥାଏ । ଯାହା ବ୍ଲଡପ୍ରେସର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ମୂଳାରେ ସୋଡିୟମ୍ ଥାଏ, ଯାହା ଶରୀରରେ ଲୁଣର ଆବଶ୍ୟକତା ପୂରଣ କରିଥାଏ । ଏଥିପାଇଁ ବ୍ଲଡପ୍ରେସର ରୋଗୀ ଙ୍କ ପାଇଁ ଲାଭକାରୀ ।

ଏହାବ୍ୟତୀତ ମୂଳାରେ ଥିବା ଏଂଥେକାଇନିନ୍ ହୃଦରୋଗ ପାଇଁ ଉପକାରୀ ହୋଇଥାଏ । ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଫଳରେ ବ୍ୟକ୍ତି କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଥାଏ । ଏହାର ରସକୁ ପାଣି ଓ ମିଶ୍ରି ସହିତ ମିଶାଇ ପିଇବା ଦ୍ୱାରା ପୋଲିଓ ରୋଗ ମଧ୍ୟ ଭଲ ହୋଇଯିବାର ସମ୍ଭାବନା ରହିଛି । କେଶ ଝଡ଼ିବା ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ ମୂଳା । ଶରୀରରେ ବିଷାକ୍ତ ପଦାର୍ଥ କୁ କମ୍ କରି ରକ୍ତ କୁ ଶୁଦ୍ଧ କରିଥାଏ ସହ ନିୟମିତ ମୂଳା ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ କ୍ଷମତା ବଢିଥାଏ ।