ଡାଳିମ୍ବର ଉପକାରିତା ବିଷୟରେ ଜାଣନ୍ତୁ . . . . . .

144

ଡାଳିମ୍ବ ଏପରି ଏକ ଫଳ ଯାହାର ଅନେକ ବହୁମୂଲ୍ୟ ଗୁଣ ରହିଛି । ପ୍ରତିଦିନ ମନୁଷ୍ୟ କିଛି ନା କିଛି ଫଳ ସେବନ କରିବା ଉଚିତ୍ । ଫଳ ଶରୀରରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଉତ୍ତମ ରୂପେ ସଂଚାଳନ କରିବାରେ ସାହାଯ୍ୟ କରେ । ଶରୀରରେ ଭିଟାମିନରେ ମାତ୍ରାକୁ ନିୟନ୍ତ୍ରିତ କରେ । ସପ୍ତାହକୁ ଅନ୍ତତଃ ଥରୁଟିଏ ଏହି ଫଳ ଖାଇବା ଉଚିତ । ଡାଳିମ୍ବରେ ଫାଇବାର, ଭିଟାମିନ୍ ସି, ଭିଟାମିନ କେ ଓ ବିଭିନ୍ନ ପ୍ରକାରର ଆଣ୍ଟି – ଅକ୍ସିଡାଣ୍ଟ ଥିବା ଯୋଗୁଁ ଏହା ଶରୀର ପାଇଁ ଉପକାରୀ ।

• ନିୟମିତ ଏହି ଫଳ ଖାଇବା ଦ୍ଵାରା ଶରୀରର ରକ୍ତ ପତଳା ହେବା ସହ ରକ୍ତ ଜମାଟ ବାନ୍ଧିନଥାଏ ।

• ଡାଳିମ୍ବ ମଞ୍ଜି ଖାଇଲେ କିମ୍ବା ଏହାର ରସକୁ ପିଇଲେ ହଜମ ଠିକ୍ ଭାବରେ ହୁଏ ।

• ଏହି ଫଳରେ ପ୍ରଚୁର ପରିମାଣରେ ଲୌହ ଥିବାରୁ ରକ୍ତହୀନତା ରୋଗରୁ ରକ୍ଷା ମିଳେ ।

• କର୍କଟ ରୋଗୀଙ୍କ ନିମନ୍ତେ ଏହା ଏକ ଉତ୍ତମ ଖାଦ୍ୟ ସାଧାରଣ ଲୋକେ ମଧ୍ୟ ଏହି ଫଳକୁ ନିୟମିତ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ମତ ।

• ଶରୀରରେ ଉତ୍ତମ କୋଲେଷ୍ଟରଲର ପରିମାଣ ଡାଳିମ୍ବ ଖାଇଲେ ବଢିଥାଏ । ହୃଦରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ଫଳରସ ପିଇବା ଉଚିତ ।

• ଡାଳିମ୍ବ ନିୟମିତ ଖାଇଲେ ହାଡ ଶକ୍ତ ହୋଇଥାଏ ।

• ଏହି ଫଳ ଖାଇବା ଦ୍ଵାରା ହେପାଟାଇଟିସ୍ ସି ଭାଇରସ ସଂକ୍ରମଣ ହେବାର ଆଶଙ୍କା କମ୍ ।

• ଡାଳିମ୍ବ ମଞ୍ଜି ଖାଇଲେ ସ୍ମୃତି ଶକ୍ତି ବଢ଼େ ।