ଶରୀର ପାଇଁ କୃଷ୍ଣା ଫଳର ଆବଶ୍ୟକତା କେତେ ! ଆସନ୍ତୁ ନଜର ପକାଇବା

43

ଦୈନନ୍ଦିନ ଜୀବନଶୈଳୀରେ ସୁସ୍ଥ ଶରୀରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ବୟସ ବୃଦ୍ଧି ହେବା ସହିତ ଆମ ଶରୀର ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ଏବେ ଜାଣିବା ଏମିତି ଏକ ଫଳ ଯାହାର ନାଁ ହେଲା ପେସନ ଫଳ କିନ୍ତୁ ଭାରତରେ ଏହା କୃଷ୍ଣା ଫଳ ଭାବରେ ପରିଚିତ । ଆମେ ତା’କୁ ବ୍ୟବହାର କରି ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ କରି ରଖିପାରିବା । ଆସନ୍ତୁ ନଜର ପକାଇବା ଏହି ଫଳର ଉପକାରୀତା ଉପରେ ।

୧- ଆପଣମାନେ ଯଦି ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରେ ପୀଡିତ ଅଛନ୍ତି, ତେବେ ଏହି ଫଳ ଆପଣମାନଙ୍କ ବହୁତ ଉପକାରରେ ଆସିଥାଏ । ଏହି ଫଳରେ ପୋଟାସିୟମର ପରିମାଣ ବହୁତ ଅଧିକ ରହିଥିବାରୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ ଏହି ଫଳର ଆବଶ୍ୟକତା ବହୁତ ଅଧିକ ।
୨- କୃଷ୍ଣା ଫଳରେ ଭିଟାମିନ୍-ଏ, ଭିଟାମିନ୍-ସିର ପ୍ରଚୁର ମାତ୍ରା ରହିଥିବାରୁ ଏହା ଆଖି ପାଇଁ ଭଲ ସାବ୍ୟସ୍ତ ହୋଇଥାଏ ।
୩- ଏହିଫଳରେ ଆଇରନର ମାତ୍ରା ମଧ୍ୟ ବହୁତ ଅଧିକ ରହିଥିବାରୁ ଏହା ଶରୀରରେ ହିମଗ୍ଲୋବିନର ପରିମାଣକୁ ଠିକ୍ ରଖିଥାଏ ।
୪- କ୍ୟାନସର ଭଳି ଏକ ମାରତ୍ମକ ରୋଗ ସହିତ ଲଢିବାର ଗୁଣ ମଧ୍ୟ ଏହି ଫଳରେ ରହିଥାଏ । ଏହି ଫଳରେ ଆଂଟି ଅକ୍ସିଡେଂଟ୍ ରହିଥିବାରୁ ମୁକ୍ତ ରେଡିକଲ୍ସ ସହିତ ଲଢେଇ କରିପାରିଥାଏ । ଏହା ଶରୀରରେ କ୍ୟାନସର କୋଷକୁ ବଢିବାକୁ ଦେଇନ’ଥାଏ ।