ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା କ’ଣ ଲାଭ ମିଳେ ଆସନ୍ତୁ ଜାଣିବା ?

95

ଅମତୃତଭଣ୍ଡା ଭିଟାମିନ ଓ ମିନେରାଲ୍ସରେ ଭରପୁର ଥାଏ । ଯାହା ଶରୀରରେ କେବଳ ପାଣିର କମିକୁ ପୁରା କରେ ତା ନୁହଁ ଏହାସହ ଶରୀରକୁ ଜରୁରୀ ପୋଷକ ଯୋଗାଇ ଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଅମୃତଭଣ୍ଡା ଖାଇଲେ କ’ଣ ଲାଭ ମିଳେ ?

୧.ପ୍ରତିଦିନ ଅମତୃତଭଣ୍ଡା ଖାଆନ୍ତୁ ଓ ପତଳା ରୁହନ୍ତୁ – ଅମୃତଭଣ୍ଡାରେ ଫ୍ୟାଟ ବିଲକୁଲ ନଥାଏ । ଏହାସହ ଅମୃତଭଣ୍ଡାରେ କ୍ୟାଲୋରୀ ମଧ୍ୟ ବହୁତ କମ୍ ଥାଏ । ଆପଣ ଯେତେ ବି ଅମୃତଭଣ୍ଡା ଖାଇଲେ ଓଜନ ବଢିବ ନାହିଁ ଓ ପାଚନକ୍ରିୟା ଭଲ ରହେ ।

୨-ଆସ୍ଥମା ବା ଶ୍ୱାସରୋଗର ଆଶଙ୍କା କମ ହୋଇଯାଏ- ଯଦି ଶରୀରରେ ପଯ୍ୟାପ୍ତ ପରିମାଣର ବିଡା କ୍ୟାରୋଟିନ ଅଛି ତେବେ ଶ୍ୱାସ ରୋଗର ଆଶଙ୍କା କମିଯାଏ । ଅମୃତଭଣ୍ଡାରେ ବିଟା କ୍ୟାରୋଟିନ ଥାଏ ଯାହା ଶ୍ୱାସ ରୋଗକୁ ନିୟନ୍ତ୍ରିତ କରିଥାଏ ।

୩-ଶରୀରକୁ ନିରୋଗ ବନାଏ- ଅମୃତଭଣ୍ଡାରେ ଭିଟାମିନ ଏ,ବି,ସି ତାଏ. ଯାହା ଶରୀରର ପ୍ରତିଶେଷଧକ ଶକ୍ତି ବୃଦ୍ଧି କରାଏ ଏବଂ ଶରୀରକୁ ନିରୋଗ କରଖେ ।

୪-ଡେଙ୍ଗୁ ଜ୍ୱର ଭଲ କରେ ଅମୃତଭଣ୍ଡା ପତ୍ର- ଡେଙ୍ଗୁଜ୍ୱର ହେବା ଦ୍ୱାରା ପ୍ଲେଟଲେଟସର ମାତ୍ରା ବହୁତ କମିଯାଏ । ଏଥିପାଇଁ ଅମୃତଭଣ୍ଡାର ପତ୍ରର ରସ ପିଇବା ଦ୍ୱାରା ପ୍ଲେଟଲେଟସ ବଢିଥାଏ ।

୫-ହୃଦୟକୁ ସୁସ୍ଥ ରଖେ- ଅମୃତଭଣ୍ଡାରେ ଫାଇବର ,ଭିଟାମିନ ଓ ପୋଟାସିୟମ ଭରପୁର ମାତ୍ରାରେ ଥାଏ । ଯାହା ହୃଦୟ ସମ୍ମନ୍ଧୀୟ ରୋଗରୁ ରକ୍ଷା କରେ ।