ସୋରିଷ ତେଲ ଅନେକ ରୋଗ ପାଇଁ ରାମବାଣ ସଦୃଶ କାମ କରେ ! ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ବିଷୟରେ

102

ସୋରିଷ ତେଲ ବହୁତ ଉପକାରୀ ଅଟେ । ଖାଇବାରେ ସ୍ୱାଦ ବଢାଇବା ପାଇଁ ଏହାକୁ ସାଧାରଣତଃ ବ୍ୟବହାର କରାଯାଏ । ସ୍ୱାଦ ବଢାଇବା ସହ ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଆୟୁର୍ବେଦ ଅନୁସାରେ ସୋରିଷ ତେଲ ଅନେକ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଆସନ୍ତୁ ଜାଣିବା ଏହା କିପରି କାର୍ଯ୍ୟ କରିଥାଏ ।

୧ – ଦାନ୍ତ ଦରଜ କିମ୍ବା ପାଇରିଆ ହୋଇଥିଲେ ସୋରିଷ ତେଲ ସହିତ ଲୁଣ ମିଶାଇ ଆଙ୍ଗୁଠି ସାହାଯ୍ୟରେ ଦାନ୍ତରେ ମାଲିସ କରନ୍ତୁ । ଏହା କରିବା ଦ୍ୱାରା ଦାନ୍ତ ମଜବୁତ ହେବା ସହିତ ପାଇରିଆ ସଂପୂର୍ଣ୍ଣ ଭଲ ହୋଇଥାଏ । ଗଣ୍ଠି ଏବଂ କାନ ଯନ୍ତ୍ରଣା ହେଉଥିଲେ ସୋରିଷ ତେଲର ବ୍ୟବହାର କରନ୍ତୁ । ଏହା କରିବା ଦ୍ୱାରା ଗଣ୍ଠି ଏବଂ କାନ ସମସ୍ୟା କିଛି ମାତ୍ରାରେ କମ୍ ହୋଇଯିବ ।

୨ – ମୁଣ୍ଡ ଧୋଇବା ପୂର୍ବରୁ ମୁଣ୍ଡରେ ଭଲ ଭାବେ ସୋରିଷ ତେଲ ମାଲିସ କରନ୍ତୁ । ଏହା ଫଳରେ ବ୍ଲଡ୍ ସର୍କୁଲେସନ ବଢିଥାଏ । ଏହାସହ ସୋରିଷ ତେଲ କେଶ କଳା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

୩ – ସୋରିଷ ତେଲରେ ଥିବା ଆଂଟି-ଅକ୍ସିଡେଂଟ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭାଟାମିନ -ଏ ଏବଂ ସି ତ୍ୱଚାରେ ବୟସର ଛାପ ପଡିବାକୁ ଦେଇନଥାଏ । ଏହାସହ ସୋରିଷ ତେଲ ଥିବା ଗ୍ଲୁକୋଡିଲୋଲେଟ ଶରୀରରେ କ୍ୟାନସର ଓ ଟ୍ୟୁମର ସୃଷ୍ଟି ହେବାକୁ ଦେଇନଥାଏ ।

୪ – ପେଟରେ ଥିବା କୃମି କାରଣରୁ ଯଦି ଭୋକ ଲାଗୁନଥାଏ ତେବେ ଖାଇବାରେ ସୋରିଷ ତେଲର ବ୍ୟବହାର କରନ୍ତୁ । ଏହା ପେଟରେ ଏପିଟାଇଜର ପରି କାମ କରିବା ସହିତ ଭୋକକୁ ବଢାଇଥାଏ । ଯଦି ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ସୋରିଷ ତେଲକୁ ରୋଷେଇରେ ବ୍ୟବହାର କରନ୍ତୁ । ଏଥିରେ ଥିବା ଥାୟାମାଇନ, ଫୋଲେଟ ଓ ନିଆସିନ ପରି ଭିଟାମିନ୍ ଶରୀରରେ ମେଟାବେଲିଜିମକୁ ବଢାଇବାରେ ସାହାଯ୍ୟ କରିଥାଏ ।

( ସୌଜନ୍ୟ- ଅମର ଉଜ୍ଜାଲା)