ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ପ୍ରାତଃଭ୍ରମଣ, ଜାଣନ୍ତୁ ?

93

ପ୍ରାତଃଭ୍ରମଣ ଉତ୍ତମ ସ୍ୱାସ୍ଥ୍ୟ ଗଠନ ପାଇଁ ଏକ ସହଜ ଓ ସରଳ ମାଧ୍ୟମ । ପ୍ରାତଃ କାଳରେ ଭ୍ରମଣ ଶରୀରକୁ ସୁସ୍ଥ ଓ ମନକୁ ପ୍ରସନ୍ନ ରଖିବା ପାଇଁ ସବୁଠାରୁ ସହଜ ଓ ଉପଯୁକ୍ତ ଅଟେ । ସକାଳ ଭ୍ରମଣର ଆନନ୍ଦ ନିଆାରା ଅଟେ । ସକାଳର ପରିବେଶ ଅତି ମନୋରମ ଓ ଶାନ୍ତ ହୋଇଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ ସକାଳର ଶାନ୍ତ ପରିବେଶରୁ ହିଁ ଅନୁଭବ କରି ହୋଇଥାଏ । ପ୍ରାତଃଭ୍ରମଣ ପାଇଁ ସବୁଜ ସବୁଜିମା ଭରା ସ୍ଥାନବେଶ ଭଲ । ଯାହାଦ୍ୱାରା ମନ ପ୍ରସନ୍ନ ରହିଥାଏ ।

ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦରେ ମନରେ ପ୍ରଫୁଲ୍ଲିତ ହୋଇଯାଏ । ପ୍ରାତଃଭ୍ରମଣ ଯିବା ପୂର୍ବରୁ ଶୌଚ ହେବା ନିତାନ୍ତ ଆବଶ୍ୟକ । ପ୍ରାତଃଭ୍ରମଣରେ ଚାଲଇବା ସମୟରେ ବହୁତ ଶୀଗ୍ର ଶୀଘ୍ର ଚାଲିବା ଆଦୌ ଉଚିତ୍‌ ନୁହେଁ । ଏହି ସମୟରେ ଲମ୍ବା ଲମ୍ବା ନିଶ୍ୱାସ ନେବା ଆବଶ୍ୟକ । ଚାଲିବା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ମାନଙ୍କର ବ୍ୟାୟାମ ହୋଇଥାଏ । ଯାହାଦ୍ୱାରା ଶରୀର ସୁସ୍ଥ ଓ ଚେହେରା ସତେଜ ରହିଥାଏ ।

ଚାଲିବା ସହିତ ଯୋଗ ମଧ୍ୟ ଏକାନ୍ତ ଆବଶ୍ୟକ । ଏହାଦ୍ୱାରା ଶରୀର ରୋଗମୁକ୍ତ ରହିଥାଏ । ପ୍ରତ୍ୟେହ ସକାଳେ ପଦ୍ମାସନରେ ଆଖି ବନ୍ଦ କରି ବସି କିଛି ସମୟ ପରେ ଧିରେ ଧିରେ ଆଖି ଖୋଲି ସୂର୍ଯ୍ୟୋଦୟର କିରଣକୁ ଦେଖିବା ଦ୍ୱାରା ଆଖିର ମାଂସପେଶୀ ସୁଦୃଢ଼ ଓ ନମନୀୟ ହୋଇଥାଏ । ଏଏହାସହ ରୋଗ ପ୍ରତିରୋଧକ ଶକ୍ତି ମଦ୍ୟ ବଢ଼େ । ସକାଳର ସୂର୍ଯ୍ୟଙ୍କ କିରଣରୁ ଆମକୁ ଭିଟାମିନ୍‌ ଡି ମିଳିଥାଏ ।