କେବଳ ଶରୀର ପାଇଁ ଆମ୍ବ ଭଲ ନୁହଁ ଆମ୍ବପତ୍ର ମଧ୍ୟ ଶରୀର ପାଇଁ ଖୁବ୍ ଉପଯୋଗୀ ! କିଡନୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ଆମ୍ବପତ୍ର । 

594

କୁହାଯାଏ ଫଳର ରାଜା ଅଟେ ଆମ୍ବ । ପାଚିଲା ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ । କଞ୍ଚା ଆମ୍ବରେ ମଧ୍ୟ ଚଟଣି ଓ ଆଚାର କରି କରାଯାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ୟ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ୟ୍ୟନ୍ତ । କିନ୍ତୁ ଆପଣ ଜାଣିଛନ୍ତି କି, ଆମ୍ବ ବ୍ୟତୀତ ଏହାର ପତ୍ର ବି ସ୍ୱାସ୍ଥ୍ୟ  ବେଶ୍ ପାଇଁ ଉପକାରୀ । ଶ୍ୱାସ, ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଆମ୍ବପତ୍ରର ରସ ପିଇବା ଲାଭଦାୟକ । ଏଥିରେ ଭରପୁର ମାତ୍ରାରେ ମ୍ୟାଗୀଫେରିନ୍, ଗ୍ୟାଲିକ ଏସିଡ, ଫୋଲିପିନାଲ୍ସ ଭଳି ଅନେକ ଗୁଣ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ତେବେ ଆସନ୍ତୁ ଜାଣିବା ଆମ୍ବ ପତ୍ରର ଉପକାରୀତା ସମ୍ବନ୍ଧରେ ।

– ଯଦି ଆପଣମାନେ ଆଜମା, ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ସମସ୍ୟାରେ ପଡୁଛନ୍ତି, ଏଥିପାଇଁ ଆମ୍ବପତ୍ର ଫଳପ୍ରଦ । ଆମ୍ବ ପତ୍ରରେ ଭରପୁର ମାତ୍ରାରେ ଆଂଟିବ୍ୟାକ୍ଟେରିୟା ଗୁଣ ରହିଛି । ରକ୍ତର ସୁଗାର ସ୍ତରକୁ ନିୟମନ୍ତ୍ର ରଖେ ଆମ୍ଭପତ୍ର । ଆମ୍ବପତ୍ରର ରସ ପିଇବା ଦ୍ୱାରା ରକ୍ତରେ ଇନସୁଲିନ ଉତ୍ପାଦନର ଗ୍ଲୋଜର ପ୍ରସାର ବଢିଯିବ । ଯେଉଁଥିପାଇଁ ଉଚ୍ଚରକ୍ତ ଚାପ ସବୁବେଳେ ନିୟନ୍ତ୍ରଣ ରହିଥାଏ ।

– ଯଦି କୌଣସି ବ୍ୟକ୍ତିର ଶରୀରରେ ଉଚ୍ଚ ରକ୍ତଚାପ ସ୍ତର ଅସନ୍ତୁଳନ ହୁଏ, ଏହା କିଡନୀ ଉପରେ ବି ପ୍ରଭାବ ପକାଏ । ସେଥିପାଇଁ ନିମମିତ ଭାବେ ଖାଲି ପେଟରେ ଆମ୍ବପତ୍ରର ରସ ପିଅନ୍ତୁ । ଯଦି ଆପଣ ଏଭଳି ନିୟମିତ ପିଇବେ, ତେବେ କିଡ଼ନୀ ସମସ୍ୟାରୁ ମୁକ୍ତି ପାଇବେ । କିଡ଼ନୀ ବି ସୁସ୍ଥ ରହିବ ।

– ଆମ୍ବ ପତ୍ରରେ ଭରପୁର ମାତ୍ରରେ ଫାଇବର ତତ୍ୱ ରହିଛି, ଆପଣଙ୍କ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ ଆମ୍ବପତ୍ର ।

– ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ । ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ ।