ଚେହେରାରେ କିପରି କରିବେ ବରଫର ବ୍ୟବହାର ? ଜାଣନ୍ତୁ କିଛି ସାଧାରଣ ଟିପ୍ସ, ଯାହା ସମସ୍ତେ ଜାଣି ନଥିବେ

82

ଘରେ ହେଉ କିମ୍ବା ବାହାରେ ଅନେକ କାମରେ ବରଫର ବ୍ୟବହାର କରାଯାଏ । ଶରୀରର କୌଣସି ସ୍ଥାନରେ ଆଘାତ ପାଇ ଫୁଲି ଯାଇଥିଲେ ବରଫ ବ୍ୟବହାର କରାଯାଏ । ଯାହା ଦ୍ୱାରା ଉପଶମ ମିଳିଥାଏ । ବରଫର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି । ବରଫକୁ ଜୁସ, ସରବତ କିମ୍ବା କୋଲ୍ଡ ଡ୍ରିଙ୍କରେ ମିଶା ଯାଇଥାଏ । ଏହା ବ୍ୟତୀତ କେତେକ ଜିନିଷକୁ ଥଣ୍ଡା କରିବା ପାଇଁ ମଧ୍ୟ ବରଫକୁ ବ୍ୟବହାର କରାଯାଏ । କିନ୍ତୁ ଏସବୁ ବ୍ୟତୀତ ବରଫର ଏଭଳି କିଛି ଫାଇଦା ରହିଛି ଯାହା ବିଷୟରେ ସମସ୍ତେ ଜାଣି ନଥିବେ ।

ଚେହେରା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରାଯାଏ । ଯାହା ଦ୍ୱାରା ଚେହୋରାର ରଙ୍ଗ ଏବଂ ତ୍ୱଚାରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ଚେହୋରା ପାଇଁ ବରଫ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି । ଏହା ଖୁବ ସହଜରେ ଉପଲବ୍ଧ । ଚେହେରା ପାଇଁ ବରଫ ଖୁବ ଲାଭଦାୟକ ହୋଇଥାଏ । ଏହା ତ୍ୱଚାକୁ ଉଜ୍ଜଳ କରିବା ସହିତ ଚିକ୍କଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ବ୍ଲିଚ କରିସାରିବା ପରେ ଚେହେରାରେ ବରଫ ଘସିବା ଦ୍ୱାରା ହେବାକୁ ଥିବା ର୍ୟାସେସରୁ ରକ୍ଷା କରିଥାଏ । ଥ୍ରେଡିଙ୍ଗ କିମ୍ବା ୱାସିଙ୍ଗ କରିବା ପୂର୍ବରୁ ଯଦି ସେହି ସ୍ଥାନରେ କିଛି ବରଫ ମାଲିସ କରାଯାଏ ତେବେ କଷ୍ଟ ହୋଇ ନଥାଏ ।

ସନବର୍ଣ୍ଣ କାରଣରୁ ତ୍ୱଚାରେ କଳା ଦାଗ ହୋଇ ଯାଇଥାଏ । ତ୍ୱଚାର ସେହି ସ୍ଥାନରେ ବରଫ ମାଲିସ କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ । ଏହା ସହିତ ଲିପଷ୍ଟିକ ଲଗାଇବ । ପୂର୍ବରୁ ଓଠରେ ବରଫ ଘଷିଲେ ଓଠକୁ ଉପଯୁକ୍ତ ଆକାର ଦେବାରେ ସହଜ ହୋଇଥାଏ । ଲିପଷ୍ଟିକ ବିଛୁରିତ ହୋଇ ନଥାଏ । ତେଣୁ କୌଣସି କସମେଟିକ ପରିବର୍ତ୍ତେ ବରଫକୁ ବ୍ୟବହାର କରାଯାଇ ପାରିବ ।