ମନ୍ଦାର ଫୁଲ ଚା’ର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . .

576

ମନ୍ଦାର ଫୁଲରେ ଅନେକ ସ୍ୱାସ୍ଥ୍ୟକର ଗୁଣ ଭରି ରହିଛି । ଲାଲ, ଧଳା, ଗୋଲାପି, ହଳଦିଆ ଆଦି ବିଭିନ୍ନ ରଙ୍ଗରେ ବଗିଚାରେ ସହଜରେ ଉପଲବ୍ଧ ଥାଏ ମନ୍ଦାର ଫୁଲ । ମନ୍ଦାର ଫୁଲରେ ଭିଟାମିନ ସି, କ୍ୟାଲସିୟମ, ଫାଇବର, ଆଇରନ ଆଦି ଭରପୁର ମାତ୍ରାରେ ରହିଥାଏ । ମନ୍ଦାର ଫୁଲ କେଶ ପାଇଁ ବେଶ ଲାଭକାରୀ । ମନ୍ଦାର ଫୁଲକୁ କେଶରେ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ । ଏହା ଏକ ଆର୍ୟୁବେଦ ଉପଚାର ଅଟେ ।

ମନ୍ଦାର ଫୁଲକୁ ବାଟି ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟି କଳା ହେବା ସହ ରଙ୍ଗ ଚିକଚିକ କରେ । ଏହା ବ୍ୟତୀତ ମନ୍ଦାର ଫୁଲର ଚା’ ମଧ୍ୟ ତିଆରି ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ମନ୍ଦାର ଫୁଲର ଚା’ରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରି ରହିଥାଏ । ତେବେ ଆସନ୍ତୁ ମନ୍ଦାର ଫୁଲ ଚା’ର ଗୁଣ ସମ୍ପର୍କରେ ଆଲୋଚନା କରିବା ।

ମନ୍ଦାର ଫୁଲ ଚା’ର ପ୍ରସ୍ତୁତି –

ପ୍ରଥମେ ମନ୍ଦାର ଫୁଲକୁ ଭଲରେ ଧୋଇନିଅନ୍ତୁ । ତା’ ପରେ ମନ୍ଦାର ଫୁଲକୁ ଫୁଟୁଥିବା ପାଣିରେ ପକାନ୍ତୁ । ଡ଼ାଲଚିନିର ଏକ ଛୋଟଖଣ୍ଡ ମଧ୍ୟ ଏଥିରେ ପକାନ୍ତୁ । ଏହି ମିଶ୍ରଣକୁ ଏବେ କିଛି ସମୟ ଧରି ଫୁଟିବା ପାଇଁ ଛାଡ଼ିଦିଅନ୍ତୁ । ପରେ ଏହାକୁ ଓହ୍ଲାଇ ଛାଣି ଦିଅନ୍ତୁ ।  ଏହି ମିଶ୍ରଣକୁ ୨୦ ମିନିଟରୁ ଅଧିକ ସମୟ ଧରି ଫୁଟାନ୍ତୁ ନାହିଁ । ତେବେ ମିଶ୍ରଣରେ କିଛି ମହୁ ଏବଂ କିଛି ବୁନ୍ଦା ଲେମ୍ବୁ ରସ ପକାଇ ପ୍ରସ୍ତୁତ ସ୍ୱାଦଯୁକ୍ତ ଏବଂ ଲାଭକାରୀ ମନ୍ଦାର ଚାହାର ଆନନ୍ଦ ନିଅନ୍ତୁ ।

– ମନ୍ଦାର ଫୁଲ ଚା’ ପିଇବା ଦ୍ୱାରା ଶରୀରରୁ କଲେଷ୍ଟରେଲ କମ୍ ହୋଇଥାଏ । ମନ୍ଦାର ଫୁଲ ଚା’ରେ ଆଂଟି ଅକ୍ସିଡ଼ାଣ୍ଟ ରହିଥାଏ ।

– ମନ୍ଦାର ଫୁଲକୁ ଗରମ ପାଣିରେ ପକାଇ ଫୁଟାଇ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ କମ ହୋଇଥାଏ ।

।- ମନ୍ଦାର ଫୁଲର ଚା’କୁ ଥଣ୍ଡା, କାଶ, ଜ୍ୱର ଆଦି ସାଧାରଣ ରୋଗ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ ।

– ପତଳା ହେବାକୁ ଚାହୁଁଥିବା ବ୍ୟକ୍ତି ମନ୍ଦାର ଫୁଲର ଚା’କୁ ବିନା ଚିନିରେ ପିଇଲେ ଉପଯୁକ୍କ୍ତ ଲାଭ ପାଇପାରିବେ ।

– ଏଥିରେ ଭିଟାମିନ ସି, ଖଣିଜଲବଣ ଏବଂ ଆଂଟି ଅକ୍ସିଡ଼ାଣ୍ଟ ଥିବା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ମନ୍ଦାର ଚା’ ।

– ଏହା ବ୍ୟତୀତ ତଂଟି ଯନ୍ତ୍ରଣା ଏବଂ କଫ ପରି ସମସ୍ୟାକୁ ଠିକ କରେ ମନ୍ଦାର ଚା’ ।

– କର୍କଟ ପରି ଭୟଙ୍କର ରୋଗରୁ ରକ୍ଷା କରେ ମନ୍ଦାର ଫୁଲ ଚା’ । କର୍କଟ ବ୍ୟାପିବାରେ ସହାୟକ ହେଉଥିବା କୋଷ ଗୁଡ଼ିକର ଗତିକୁ କମ କରି ଦେଇଥାଏ ।

– ମନ୍ଦାର ଫୁଲ ଚା’ ସେବନ କରିବା ଦ୍ୱାରା ଯକୃତ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ ।