ଗ୍ରୀନ ମଟର ଖାଇଲେ ମିଳେ ଏହି ସବୁ ଫାଇଦା : ମଧୁମେହ ରୋଗର ଆଶଙ୍କା କରେ କମ

70

ଗ୍ରୀନ ମଟର କାହାକୁ ବା ଭଲ ନ ଲାଗେ । ସମସ୍ତେ ଏହାକୁ ଖାଆନ୍ତି । କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଉଦ୍ଦିଷ୍ଟ । ଏହା ଭାବିବା ଠିକ ନୁହେଁ । ଯଦି ଆପଣ ଏଭଳି ଭାବୁ ଥାଆନ୍ତି, ତେବେ ମନେ ରଖନ୍ତୁ, ମଟର ସ୍ୱାଦିଷ୍ଟ ହେବା ସହିତ ପୋଷଣରେ ଭରପୂର । ମଟରରେ ଭିଟାମିନ ଓ ମିନେରାଲ ପ୍ରଚୁର ପରିମାଣରେ ରହିଛି । ତା’ଛଡ଼ା ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବା ଲାଗି ମଧ୍ୟ ଉଦ୍ଦିଷ୍ଟ ।

ଗ୍ରିନ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ । ଏଥିରେ ଆଇରନ ,ଜିଙ୍କ, ମାଙ୍ଗାନିଜ, ଓ କପର ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦ ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳି ଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଖାଲି ସେତିକି ନୁହେଁ ମଟର ଶରୀରରେ ସୁଗାରର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ନିୟମିତ ମଟର ଖାଇଲେ ମଧୁମେହ ରୋଗର ଆଶଙ୍କା କମ ହୋଇଥାଏ । ତା’ଛଡା ଏହା ହାଡ଼କୁ ମଜଭୁତ ମଧ୍ୟ କରିଥାଏ ।

ମନେ ରଖନ୍ତୁ ମଟରର ଚୋପା ଛଡାଇ ତାକୁ ଖାଇଲେ ଏସବୁ ଉପକାର ମିଳେ । ତା’କୁ ରାନ୍ଧି ଖାଇଲେ ସେଭଳି ଉପକାର ମିଳି ନ ଥାଏ ।