ଅନେକ ରୋଗରୁ ମୁକ୍ତି ଦିଏ କଞ୍ଚାଲଙ୍କା !

53

କଞ୍ଚାଲଙ୍କାର ବ୍ୟବହାର ସମସ୍ତଙ୍କ ଘରେ ହୋଇଥାଏ । ଖାଇବାରେ ତଡ଼କା ଲଗାଇବା ଠାରୁ ଆରମ୍ଭ କରି ତରକାରୀର ସ୍ୱାଦ ବଢେଇବା ପାଇଁ କଞ୍ଚାଲଙ୍କା ବ୍ୟବହାର କରାଯାଇଥାଏ । କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରରର ପୋଷକ ତତ୍ତ୍ୱ ଯଥା ଭିଟାମିନ ଏ , ବି୬, ଆଇରନ ,ଫାଇବର , ପୋଟାସିୟମ, ପ୍ରୋଟିନ , କାର୍ବୋହାଇଡ୍ରେଟ ଆଦି ଭରପୁର ଥାଏ । କଞ୍ଚାଲଙ୍କାକୁ ଆମେ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରିଥାଉ । କିନ୍ତୁ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି କଞ୍ଚାଲଙ୍କା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ ।

– କଞ୍ଚାଲଙ୍କା ରୋଗ ନିୟନ୍ତ୍ରଣ କରିବା କଥା ବୋଧହୁଏ ଅନେକ ଲୋକେ ଜାଣିନଥିବେ । କଞ୍ଚା ଲଙ୍କା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ୱ ରହିଛି, ଯଥା ଭିଟାମିନ୍-ସି, ଆଇରନ, କପର, ପୋଟାସିୟମ, ପ୍ରୋଟିନ ଏବଂ କାର୍ବହାଇଡ୍ରେଟ୍ ରହିଛି ।

– କଞ୍ଚାଲଙ୍କାରେ ଭିଟାମିନ ସି ର ମାତ୍ରା ପର୍ଯ୍ୟାପ୍ତ ପରିମାଣର ଥାଏ । କଞ୍ଚାଲଙ୍କା ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ । କଞ୍ଚାଲଙ୍କାରେ ଫାଇବାରର ମାତ୍ରା ଅଧିକ ଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ।

– ସମସ୍ତେ ଜାଣନ୍ତି ଖଟା ଜାତୀୟ ଜିନିଷରେ ଭିଟାମିନ-ସି ମିଳିଥାଏ । କିନ୍ତୁ କଞ୍ଚା ଲଙ୍କାରେ ମଧ୍ୟ ଅଧିକରୁ ଅଧିକ ଭିଟାମିନ- ସି ମିଳିଥାଏ । କଞ୍ଚାଲଙ୍କା ଖାଇବା ଦ୍ୱାରା ପାଚନ ପ୍ରକିୟା ସୁଦୃଢ ହୋଇଥାଏ ।

– ଏହା ବ୍ୟତୀତ କଞ୍ଚାଲଙ୍କା ଆଖି ଓ ତ୍ୱଚା ପାଇଁ  ଲାଭଦାୟକ ଅଟେ । ବିଷେଶଜ୍ଞମାନଙ୍କ ମତରେ, କଞ୍ଚାଲଙ୍କା  ଖାଇବା ଦ୍ୱାରା  ମନ, ମସ୍ତିସ୍କ ସତେଜ ରହିଥାଏ ଏବଂ  ଉଚ୍ଚ ରକ୍ତଚାପ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖେ ।

– ଏକ ପରୀକ୍ଷାରୁ ଜଣାପଡିଛି କଞ୍ଚାଲଙ୍କା ଫୁସଫୁସ୍ କ୍ୟାନସରକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟରିଆ ଜନିତ ଗୁଣଥିବାରୁ ରୋଗ ସହିତ ଲଢ଼ିବାରେ ସକ୍ଷମ ହୋଇଥାଏ ।