ମଧୁମେହ ପୀଡିତଙ୍କ ପାଇଁ ରାମବାଣ ସଦୃଶ କାମ କରେ ଅଙ୍ଗୁର ! ଜାଣନ୍ତୁ ସ୍ୱାଦିଷ୍ଟ ଫଳର ଅନ୍ୟ ଉପକାରିତା ବିଷୟରେ . . .

82

ଦୈନନ୍ଦିନ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଫଳ ଖାଇଥାଉ । ସେଥିମଧ୍ୟରୁ ଅଙ୍ଗୁର ଏକ ସ୍ୱତନ୍ତ୍ର ଫଳ ଅଟେ । ସାଧାରଣ ଭାବେ ଦୁଇ ପ୍ରକାର ଅଙ୍ଗୁର ବଜାରରେ ମିଳିଥାଏ । ଅଙ୍ଗୁରକୁ ଶୁଖାଇ ଏକ ବିଶେଷ ପ୍ରକ୍ରିୟାରେ କିସମିସ ପ୍ରସ୍ତୁତ କରାଯାଇଥାଏ । ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲୋରୀ, ଫାଇବର ଓ ଭିଟାମିନ ସି ରହିଛି । ଏଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟପ୍ରଦ ଫଳ ରୂପେ ନିଆଯାଇଥାଏ । ତେବେ ଆସନ୍ତୁ ଜାଣିବା ଅଙ୍ଗୁରରେ ରହିଥିବା ଉପକାରିତା ।

– ଅଙ୍ଗୁରରେ ଗ୍ଲୁକୋଜ, ମ୍ୟାଗ୍ନେସିୟମ ଓ ସାଇଟ୍ରିକ ଏସିଡ ଭଳି ବହୁ ପୋଷକ ତତ୍ତ୍ୱ ରହିଛି । ଏହା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ଖାଇବା ଫଳରେ କ୍ୟାନସର ଓ ରକ୍ତରେ ସଂକ୍ରମଣ ହୁଏନାହିଁ ।

– ମଧୁମେହ ପୀଡିତଙ୍କ ପାଇଁ ମଧ୍ୟ ଅଙ୍ଗୁର ରାମବାଣ ସଦୃଶ କାମ କରେ । ଏହା ବ୍ଲଡ ସୁଗାର ସ୍ତରକୁ କମ କରିଥାଏ । ଏହା ବ୍ୟତୀତ ଆଇରନ ଯୋଗାଏ ।

– ଅଧାକପାଳି (ମାଇଗ୍ରେନ) ଲାଗି ଅଙ୍ଗୁର ରସ ସେବନ ଫଳପ୍ରଦ । ଅଙ୍ଗୁର ରସ ନିୟମିତ ସେବନ କରିବାରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

– ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ବ୍ରେଷ୍ଟ କ୍ୟାନସର ରୋକିବାରେ ଅଙ୍ଗୁର ସଫଳ ହେଉଛି । ଏହା ବ୍ୟତୀତ ହୃଦରୋଗ ପାଇଁ ମଧ୍ୟ ଲାଭଦାୟମ ।

– ଭୋକ ନ ଲାଗିଲେ ଅଙ୍ଗୁର ରସ ସେବନ କରିପାରିବେ । ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ଭଲ ଭୋକ ବି ହୁଏ ।

– ରକ୍ତହୀନତା ଦୂର କରିବା ପାଇଁ ଏକ ଗ୍ଲାସ ଅଙ୍ଗୁର ଜୁସରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ରକ୍ତ ହୀନତା ଦୂର ହୋଇଯିବ । ଏହା ରକ୍ତରେ ହିମୋଗ୍ଲୋବିନ ସ୍ତର ମଦ୍ଦ ବୃଦ୍ଧି କରିବାରେ ସାହାଯ୍ୟ କରେ ।