ପ୍ରତିଦିନ ପିଅନ୍ତୁ ଅଦା ମିଶା ପାଣି, ଅନେକ ରୋଗରୁ ମିଳିବ ଉପଶମ
ଓଜନ କମାଇବା ସହଜ କଥା ନୁହେଁ। ମନ୍ଦ ଭୋଜନ ଅଭ୍ୟାସରେ ବଶବର୍ତ୍ତୀ ହୋଇଥିବା ଲୋକମାନଙ୍କ ପାଇଁ ଖାଦ୍ୟାଭ୍ୟାସ ପରିବର୍ତ୍ତନ ମଧ୍ୟ କଷ୍ଟସାଧ୍ୟ ହୁଏ। କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବା ପରେ ମଧ୍ୟ ଓଜନ ହ୍ରାସରେ ସେମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ ଆସେ ନାହିଁ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାର ମୁଖ୍ୟ କାରଣ ହେଉଛି ଶରୀର ଏବଂ ଅଙ୍ଗପ୍ରତ୍ୟଙ୍ଗ ସବୁ ବିଷାକ୍ତ ଏବଂ ରାସାୟନିକ ଉପାଦାନରେ ପୂରି ରହି ଅକାମୀ ହୋଇ ପଡ଼ିଥାଏ। ଶରୀରରେ ରାସାୟନିକ ପ୍ରକ୍ରିୟାର ଗତି ଧୀର ହୋଇ ଯାଇଥିବାରୁ ଶରୀରୁ ବିଷାକ୍ତ ଉପାଦାନ କ୍ଷୟ ହୋଇ ପାରେ ନାହିଁ।
ଏହାର ପ୍ରତିକାର ହେଉଛି ଶରୀରରୁ ବିଷାକ୍ତ ଉପାଦାନ କ୍ଷୟ କରାଇ ରାସାୟନିକ କ୍ରିୟାକୁ ତ୍ୱରାନ୍ଵିତ କରାଇବା। ତେବେ ଯାଇ ଶୀଘ୍ର ଏବଂ ସହଜରେ ଓଜନ ହ୍ରାସ ପାଇବ।
ପ୍ରାକୃତିକ ଉପାୟରେ ଶରୀରରୁ ବିଷତତ୍ତ୍ୱ ନଷ୍ଟ କରିବା ହେଉଛି ଶ୍ରେଷ୍ଠ ଉପାୟ। ଏଥିପାଇଁ ଅଦାପାଣି ହେଉଛି ଏକ ଉକୃଷ୍ଟ ଔଷଧ। ଏଥିରେ ରହିଛି ବହୁ ଉପକାରୀ ଉପାଦାନ। ଅଣ୍ଟା, ପିଠି, ପେଟ ଏବଂ ଜଂଘରୁ ଚର୍ବି ହଟାଇବା ପାଇଁ ଏହା ଖୁବ୍ ଫଳପ୍ରଦ। ଶରୀରକୁ ପତଳା କରିବା ସହ ଏହାଦ୍ୱାରା ହେଉଥିବା ଅନ୍ୟ ଉପକାରଗୁଡ଼ିକ ହେଉଛି:
ଉଚ୍ଚ ରକ୍ତଚାପ କମାଇବା: ନିୟମିତ ଅଦାପାଣି ପିଇବା ଯୋଗୁଁ ଉଚ୍ଚ ରକ୍ତଚାପ କମିଯାଏ ଏବଂ ରକ୍ତ ମୁଣ୍ଡା ବାନ୍ଧେ ନାହିଁ।
ବିଷାକ୍ତ ଉପାଦାନ ନାଶକ : ଅଦାପାଣିରେ ବିଷାକ୍ତ ନାଶକ ଉପାଦାନ ଥିବାରୁ ଏହା ଶରୀରର ଅଙ୍ଗ ଏବଂ ଟିସ୍ୟୁ ନଷ୍ଟ ହେବାରୁ ରକ୍ଷା କରିଥାଏ।
ରକ୍ତରୁ ଚର୍ବିସ୍ତର କମାଏ: ଏହା ରକ୍ତରୁ ମାତ୍ରାଧିକ ଚର୍ବିସ୍ତର କମାଇବା ଦ୍ୱାରା ତହିଁରୁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିଥାଏ।
ସଂକ୍ରମଣ ପ୍ରତିରୋଧକ : ବହୁ ରୋଗ ସଂକ୍ରମଣରୁ ମଧ୍ୟ ଅଦାପାଣି ସୁରକ୍ଷା ଦେବା ସହ ଗଣ୍ଠି ବିନ୍ଧା ଆଦି ରୋଗ ଉପଶମ କରେ।
ପ୍ରଦାହ ବିରୋଧୀ : ଅଦାପାଣି ପ୍ରଦାହ ବିରୋଧୀ ହୋଇଥିବାରୁ ସବୁ ପ୍ରକାରର କର୍କଟ ରୋଗ ବିରୋଧରେ ଲଢ଼େଇ କରିଥାଏ ।
ଅଦାପାଣି ପ୍ରସ୍ତୁତି :
ଆବଶ୍ୟକୀୟ ଜିନିଷ :
କିଛି ପତଳା କଟା ଅଦା ଚେକା
କିଛି କାଗେଜି ରସ
ଦେଢ଼ ଲିଟର ପାଣି
ପାଣି ପ୍ରସ୍ତୁତି :
ଚୁଲିରେ ପାଣି ବସାଇ ଗରମ କରନ୍ତୁ। ପାଣି ଫୁଟିଲେ ସେଥିରେ କଟା ଅଦା ପକାଇ ୧୫ ମିନିଟ ସିଝାନ୍ତୁ। ତା’ପରେ ଚୁଲିରୁ ଓହ୍ଲାଇ ଆଣି ତାକୁ ଥଣ୍ଡା କରି ଏକ ପାତ୍ରରେ ଛାଣି ଦିଅନ୍ତୁ। ସେଥିରେ ଟିକେ କାଗେଜି ରସ ମିଶାନ୍ତୁ। ଏହାକୁ ଗୋଟିଏ ବୋତଲରେ ପୂରାଇ ଦିନ ତମାମ ପିଅନ୍ତୁ। ସବୁଠୁ ବଡ଼ କଥା ହେଲା ସକାଳେ ଖାଲି ପେଟରେ ଏହି ଅଦାପାଣିରୁ ଗିଲାସେ ପିଇବା।