ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . .

185

ରସୁଣ ଯେ କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ । ଏଥିରେ ଅଛି ବିଭିନ୍ନ ରୋଗ ନିରାକରଣ ତତ୍ତ୍ୱ । ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗ ଭଲ କରେ ରଶୁଣ । ରସୁଣକୁ ତାମସିକ ଭୋଜନ ଭିତରେ ରଖାଯାଏ , ତଥାପି ପ୍ରତିଦିନ ରସୁଣ ସେବନ କରିବା ଉଚିତ୍ । ଆପଣଙ୍କୁ ରସୁଣର ଗନ୍ଧ ଭଲ ଲାଗିନପାରେ ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ହିତକର । ଏହା ଆମକୁ ଅନେକ ରୋଗରୁ ରକ୍ଷା କିରବା ସହ ଅନେକ ରୋଗକୁ ନିୟନ୍ତ୍ରିତ ମଧ୍ୟ କରିଥାଏ । ପାଣିପାଗ ହିସବାରେ ଆପଣଙ୍କୂ ଏହାର ସେବନ ର ମାତ୍ରା ବଦଳାଇବା ଉଚିତ୍ ।

– ରସୁଣର ରସ ଶରୀରରେ ଥିବା ବିଷାକ୍ତ ତତ୍ତ୍ୱକୁ ଛିଦ୍ର ଦ୍ୱାରା ବହାର କରିଥାଏ ।

– ଯେଉଁମାନେ ହୃଦ ରୋଗରେ ପିଡୀତ, ସେମାନଙ୍କ ପାଇଁ ରସୁଣ ବହୁତ ଲାଭକାରୀ । ଏହା କଲେଷ୍ଟୋରେଲ ସ୍ତରକୁ କମ କରିବା ସହ ହାର୍ଟ ବ୍ଲକେଜକୁ ରୋକି ଥାଏ ।

– ଯଦି ଆପଣ ସୁଗାରରେ ପିଡ଼ୀତ , ତେବେ ଆପଣ ପ୍ରତିଦିନ ଏକ କୋଲା ରସୁଣ ଖାଇବା ଜରୁରୀ ।

– ଆମ ଶରୀରକୁ ସଂକ୍ରମଣ ଭୟରୁ ରକ୍ଷା କରେ ରସୁଣ ।

– ଏହା ଆମ ଶରୀରର ରୋଗ ପ୍ରତିରୋଦଧକ ଶକ୍ତିକୁ ବଢ଼ାଇଥାଏ । ରସୁଣ କୋଳକୁ ନରମ ପଡ଼ିବା ଯାଏଁ ପାଣିରେ ଫୁଟାନ୍ତୁ । ଉକ୍ତ ପାଣିରେ ଚିନି ମିଶାଇ ସିରପ ତିଆରି କରନ୍ତୁ, ଏପରି ପାଣି ବହୁତ ହିତକର ସାବ୍ୟସ୍ତ ହୋଇଥାଏ ।

– ଯଦି ଆପଣଙ୍କ କାନରେ ସଂକ୍ରମଣ ହୋଇ କଷ୍ଟ ଅନୁଭବ ହେଉଛି, ହାଲୁକା ଗରମ କରି ରସୁଣ ତେଲକୁ କାନରେ ପକାନ୍ତୁ । ଏହା କାନର ବ୍ୟାକ୍ଟେରିଆକୁ ବାହାର କରିବାରେ ସାହାଯ୍ୟ କରେ ।

– ଥଣ୍ଡା ରୋଗୀଙ୍କ ପାଇଁ ରସୁଣ ମହୋଷଧୀ ଭଳି । ରସୁଣ ଆସ୍ଥମା, କଫ, ଟିଭି ଭଳି ରୋଗକୁ ନିୟନ୍ତ୍ରର କରିପାରେ।

– ରଶୁଣ ଶରୀରରେ ରକ୍ତ ସଂଚାଳନ କରିବାରେ ସାହାଯ୍ୟ କରେ । ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରେ ।

– ଯକୃତ ଓ ମୂତ୍ରାଶୟକୁ ଭଲରେ କାର୍ଯ୍ୟକ୍ଷମ କରାଇବା ପାଇଁ ରସୁଣ ସାହାଯ୍ୟ କରେ ।

– ନିଜର ପାଚନ ତନ୍ତ୍ରକୁ ମଜଭୁତ୍ କରିବା ପାଇଁ ପ୍ରତ୍ୟେକ ଦିନ ଖାଦ୍ୟରେ ରଶୁଣକୁ ସାମିଲ କରନ୍ତୁ ।

– ରସୁଣ ହୃଦରୋଗର ଆଶଙ୍କା ଦୂର କରେ ।

– ଏହା ବ୍ୟତୀତ ରସୁଣ ଡାଇରିଆ ସମସ୍ୟା ଦୂର କରେ ।

– ଡାଇବେଟିସ, ଡିପ୍ରେସନ ଭଳି ରୋଗ ପାଇଁ ଔଷଧ ଭାବେ କାର୍ଯ୍ୟ କରେ ରସୁଣ ।