ମେଥି ଆମର କି କି ଉପକାରରେ ଓ ଉପଚାରରେ ଆସିଥାଏ . . . . . ଆସନ୍ତୁ ଜାଣିବା

159

ମେଥିର ବ୍ୟବହାର ପୁରା କାଳରୁ ହୋଇଆସୁଛି । ଏହାର ପତ୍ରକୁ ଶାଗ ଭାବରେ ବ୍ୟବହାର କରିବା ସହ ଏହାର ଦାନାକୁ ମସଲା ରୂପରେ ଆମେ ବ୍ୟବହାର କରୁ । ଆୟୁର୍ବେଦରେ ମଧ୍ୟ ମେଥିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ଅନେକ ରୋଗରୁ ଆମକୁ ରକ୍ଷା କରିଥାଏ । ମେଥିଦାନାରେ ଫୋଲିକ୍ ଏସିଡ଼୍, ମାଗ୍ନେସିୟମ୍, ସୋଡିୟମ୍, ଜିଙ୍କ୍, ନିୟାସିନ୍ ଓ କେରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ଥାଏ ।

ମେଥିକୁ କେବଳ ରୋଷେଇ ଘରେ ନୁହଁ ଆମର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ମେଥିରେ କର୍କଟ ପ୍ରତିରୋଧୀ ଗୁଣ ମଧ୍ୟ ରହିଛି । ମଧୁମେହ, ରକ୍ତଚାପ ଓ ପେଟ ସମ୍ମନ୍ଧୀୟ ଅନେକ ରୋଗରୁ ରକ୍ଷା କରେ ମେଥି । ଏବେ ଆସନ୍ତୁ ଜାଣିବା ମେଥି ଆମର କି କି ଉପକାରରେ ଓ ଉପଚାରରେ ଲାଗିଥାଏ ।

-ଆୟୁର୍ବେଦ ଚିକିତ୍ସକଙ୍କ ମତରେ ମେଥି ଆର୍ଥାରାଇଟିସ ଓ ସାଇଟିକା ଯନ୍ତ୍ରଣାରୁ ରକ୍ଷା କରିଥାଏ । ଏଥିପାଇଁ ଏକ ଗ୍ରାମ ମେଥି ଦାନାର ଚୂନ ସହ କିଛି ଶୁଷ୍ଠି ଚୂନ ମିଶାଇ ଉଷୁମ ପାଣି ସହ ଦିନକୁ ଦୁଇଥର ସେବନ କରନ୍ତୁ ।

-ମଧୁମେହ ଠାରୁ ଦୂରେଇ ରହିବା ପାଇଁ ପ୍ରତିନିଦ ଏକ ଚାମଚ ମେଥିଦାନା ପାଉଡର ପାଣି ସହ ସେବନ କରନ୍ତୁ । ଏହା ବ୍ୟତୀତ ଆପଣ ଏକ ଚାମଚ୍ ମେଥିକୁ ଗୋଟେ କପ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଏହାଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ହୁଏ ।

-ଉଚ୍ଚ ରକ୍ତଚାପ ପାଇଁ ମେଥି ଖାଇବା ବେଶ ଲାଭଦାୟକ । ମେଥିରୁ ୫ ଗ୍ରାମ ଓ ସୋୟାରୁ ୫ ଗ୍ରାମ ନେଇ ଚୁନା କରନ୍ତୁ । ଏହି ଚୂନାକୁ ସକାଳେ ଓ ସନ୍ଧ୍ୟାରେ ପାଣି ସହ ସେବନ କରିବା ଦ୍ୱାରା ରକ୍ତଚାପ ସନ୍ତୁଳିତ ହୋଇଥାଏ ।

-ମହିଳାଙ୍କ ଅନେକ ସମସ୍ୟାରୁ ମେଥି ଦୂର କରେ । ମାସିକ ଧର୍ମ ସମୟରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଯଥା ବାନ୍ତି ଲାଗିବା, ଭଲରେ ନିଦ ନଲାଗିବା, ପେଟରେ କଷ୍ଟ ଅନୁଭବ କରିବା ଆଦି ସମସ୍ୟାକୁ ଦୂର କରେ ।

– ଏହାସହ ମେନୋପୋଜ ସମୟରେ ମହିଳାମାନେ ଯେଉଁ ସମସ୍ୟା ସାମ୍ନା କରନ୍ତି, ମେଥି ସେବନରୁ ସେସବୁରୁ ରକ୍ଷା ମିଳିବ ।

-କିଶୋରୀ ଅବସ୍ଥା, ଗର୍ଭବସ୍ଥା, ଶିଶକୁ ସ୍ତନ୍ୟପାନ କରାଇବା ସମୟରେ ଆଇରନ ଅଭାବକୁ ପୂରଣ କରେ ମେଥି । ଏଥିପାଇଁ ମହିଳମାନେ ଅନ୍ୟାନ୍ୟ ଶାଗ ଖାଇବା ସହ ମେଥି ଶାଗ ଖାଇବା ଉଚିତ୍ ।

-ମେଥି ଶରୀରୁ କୋଲେଷ୍ଟରେଲ ସ୍ତରକୁ ମଧ୍ୟ ହ୍ରାସ କରିଥିାଏ । ମେଥିଦାନାରେ ଥିବା ଗେଲାକ୍ଟୋମେନନ ହୃଦରୋଗ ସମ୍ଭାବନାକୁ ହ୍ରାସ କରିଥାଏ ।

-ନିଜର ଆହାରରେ ଆପଣ କିଛି ମେଥି ଖାଇଲେ ହୃଦରୋଗର ସମ୍ଭାବନା କମିଥାଏ ।

-ଚାମଚେ ଲେମ୍ବୁରସ, ମହୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟାରୁ ରକ୍ଷା ମିଳେ ।

-ମେଥିରେ ପ୍ରସ୍ତୁତ ଫେସପ୍ୟାକ, ଚର୍ମକୁଞ୍ଚନ, ବ୍ଲାକହେଡସ ଆଦିରୁ ରକ୍ଷାକେର ।