ଚଟାଣରେ ବସି ଖାଇଲେ ମିଳିଥାଏ ଏହି ସବୁ ଫାଇଦା !

32

ବଦଳୁଛି ସମୟ, ବଦଳୁଛି ମଣିଷ । ଆଧୁନିକ ଯୁଗ ସହ ତାଳ ଦେଇ ବଢିଚାଲିଛି ମଣିଷ । ତେବେ ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇ ଆସିଲାଣି । ଘରେ ଘରେ ଏବେ ଡାଇନିଂ ସେଟ୍‌। ଏମିତି ଖୁବ୍‌ କମ୍‌ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ । ତେବେ କଣ ଆପଣ ଜାଣନ୍ତି  ଚଟାଣ ଉପରେ ବସି ଖାଇବାର ବହୁ ଫାଇଦା ରହିଛି ।

– ଚଟାଣରେ ବସି ଖାଇଲେ ଭଲ ହଜମ ହୋଇଥାଏ । ଏହା ସହ ବ୍ୟକ୍ତି ସକ୍ରିୟ ରହେ।

– ଚଟାଣରେ ବସି ଖାଇଲେ ଓଜନ କମିବା ସହ ଶରୀରରେ ଚର୍ବି ଲାଗି ନଥାଏ  ।

– ଚଟାଣରେ ବସି ଖାଇବାକୁ ହେଲେ ଗୋଡ଼କୁ ଗୋଡ଼ ଛନ୍ଦି ବସିବାକୁ ପଡିଥାଏ । ଯାହା ଦ୍ୱାରା ଶରୀରରେ ରକ୍ତ  ସଂଚାଳନ ଭଲ ହୋଇଥାଏ।

– ସୁଖାସନରେ ବସି ଖାଇବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଥାଏ।