ବିଳମ୍ବରେ ସ୍ନାନ କରୁଛନ୍ତି କି ! ହୋଇ ପାରନ୍ତି ବିଭିନ୍ନ ଅସୁବିଧାର ସମ୍ମୁଖୀନ

52

ଶୀଘ୍ର ବିଛଣା ଛାଡ଼ି ଟାଣ ଖରା ପଡ଼ିବା ପୂର୍ବରୁ ସ୍ନାନ କରିବା ସ୍ୱାସ୍ଥ୍ୟକର ବୋଲି ଆପଣ ଜାଣିଥିବେ ନିଶ୍ଚୟ। କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରହିଛି । ସେହି ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନା ନ କଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

-ପ୍ରାତଃ ସମୟରୁ ସ୍ନାନ କରିବା ଉଭୟ ଶରୀର ଓ ମତ୍ସିଷ୍କ ପାଇଁ ଉପକାରୀ । ପ୍ରାତଃ ସ୍ନାନ କରୁଥିବା ବ୍ୟକ୍ତି ଶାନ୍ତ ରହେ, ବିଚଳିତ ହୁଏ ନାହିଁ।

-ପ୍ରାତଃ ସ୍ନାନ ସୌନ୍ଦର୍ଯ୍ୟ ବୃଦ୍ଧି କରାଇବାର ମଧ୍ୟ ଏକ ମାଧ୍ୟମ । ସକାଳୁ ଉଠି ନିତ୍ୟକର୍ମ ସାରି ଗାଧୋଉଥିବା ବ୍ୟକ୍ତିଙ୍କ ଚେହେରା ଅନ୍ୟମାନଙ୍କ ଅପେକ୍ଷା ଟିକେ ଉଜ୍ୱଳ ଦିଶେ ।

-ପେଟ ରୋଗ, ଚିଡ଼ିଚିଡ଼ା ପଣ ଦୂର କରିବାକୁ ଚାହୁଁଥିଲେ ସୂର୍ଯ୍ୟ ଉଦୟ ନ ହେଉଣୁ ଆପଣ ସ୍ନାନ କରନ୍ତୁ । ଦେଖିବେ ଏହା ଖୁବ୍‌ ଲାଭଦାୟକ।

-ବିଳମ୍ବରେ ସ୍ନାନ କଲେ ଚର୍ମ ଲୋଚାକୋଚା ହେବା ସହିତ ଚର୍ମର ଔଜଲ୍ୟ କମ୍‌ ହୋଇଥାଏ ।

-ସକାଳ ଆରମ୍ଭରୁ ସ୍ନାନ କରୁଥିବା ବ୍ୟକ୍ତିଙ୍କ ଭିତରେ ସର୍ଜନଶୀଳତା ବୃଦ୍ଧି ଘଟିବା ସହିତ ସେମାନେ ଅପେକ୍ଷାକୃକ ବୁଦ୍ଧିମାନ ହୋଇଥାନ୍ତି ।