ଭିଟାମିନରେ ଭରପୁର ସଜନା ଛୁଇଁ ! ଜାଣନ୍ତୁ ଏହାର ଗୁଣ ବିଷୟରେ . . . .

176

ସଜନା ଛୁଇଁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା ହୋଇଥାଏ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ । ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କଫ ଜମିଯାଇଥିଲେ ସଜନା ଛୁଇଁ ଖୁବ ଫଳପ୍ରଦ ହୋଇଥାଏ । ସାମ୍ବରରେ ସ୍ୱାଦ ବଢାଇବାପାଇଁ ସଜନା ଛୁଇଁକୁ ବ୍ୟବହାର କରାଯାଏ । ସଜନା ଛୁଇଁ ସ୍ୱାଦିଷ୍ଟ ହେବାସହ ଏଥିରେ ଅନେକ ଲାଭଦାୟକ ତତ୍ୱ ମଧ୍ୟ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭପ୍ରଦ । ତେବେ ଆସନ୍ତୁ ସଜନା ଛୁଇଁର ଚମତ୍କାରୀ ଗୁଣ ବିଷୟରେ ଆଲୋଚନା କରିବା . . .

ହାଡ ରଖେ ମଜଭୁତ- ସଜନା ଛୁଇଁରେ କ୍ୟାଲସିୟମ, ଆଇରନ ଏବଂ ଜରୁରୀ ଭିଟାମିନ ପ୍ରଚୂର ପରିମାଣରେ ଭରି ରହିଥାଏ । ତେଣୁ ଏହା ଶରୀରରେ ଥିବା ହାଡକୁ ମଜଭୁତ ରଖିଥାଏ ।

ଗର୍ଭବତୀ ମହିଳାଙ୍କ ପାଇଁ ଲାଭପ୍ରଦ- ଗର୍ଭବତୀ ମହିଳାଙ୍କ ପାଇଁ ସଜନା ଛୁଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଗର୍ଭାବସ୍ଥାରେ ଏହାକୁ ଖାଇବାଦ୍ୱାରା ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳିବ ।

ନପୁଂସକତାରୁ ମୁକ୍ତି- ସଜନାଛୁଇଁରେ ଜିଙ୍କ୍ ଭରପୂର ମାତ୍ରାରେ ରହିଛି ଯାହା ଶୁକ୍ରାଣୁର ସଂଖ୍ୟା ବଢାଇ ଥାଏ । ଏହାଦ୍ୱାରା ନପୁସଂକତା ଭଳି ସମସ୍ୟାରୁ କିଛି ମାତ୍ରାରେ ଫଳପ୍ରଦ ମିଳିଥାଏ ।

ତ୍ୱଚା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ- ସଜନାଛୁଇଁରେ ରକ୍ତ ପରିଷ୍କାର କରିବା ଭଳି ଗୁଣ ଦେଖିବାକୁ ମିଳିଥାଏ । ଏହାକୁ ପ୍ରତିଦିନ ଖାଇବାଦ୍ୱାରା ଆପଣଙ୍କ ଶରୀରରେ ଥିବା ରକ୍ତକଣିକାକୁ ପୂର୍ଣ୍ଣରୁପେ ପରିଷ୍କାର କରିଥାଏ, ଏହାଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିଥାଏ ।