ରକ୍ତଦାନ ମହାପୁଣ୍ୟ : ରକ୍ତଦାନ କରିବା ଦ୍ୱାରା ଶରୀରକୁ ମିଳିଥାଏ ଏସବୁ ଫାଇଦା

167

କୁହାଯାଏ, ରକ୍ତଦାନ ମହାପୁଣ୍ୟ । ରକ୍ତଦାନ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଂଚାଇ ଥାଏ । ଏହା ଥାଲେସେମିଆ ଭଳି ମାରାତ୍ମକ ରୋଗରେ ପୀଡିତ ରୋଗୀଙ୍କ ଜୀବନକୁ ବଢ଼ାଇବାରେ ସହାୟକ ହୁଏ । ମା’ ଓ ଶିଶୁର ସ୍ୱାସ୍ଥ୍ୟରେ ଏହାର ବଡ ଯୋଗଦାନ । ମଣିଷ ରକ୍ତ ସୃଷ୍ଟି କରାଯାଇପାରିବନି, ଯେଉଁମାନେ ଏହାକୁ ଦାନ କରନ୍ତି, ସେମାନେ ହିଁ ଏହାର ଉତ୍ସ ହୁଅନ୍ତି । ସେଥିପାଇଁ ରକ୍ତଦାନ କରିବା ଜରୁରୀ । ସମସ୍ତେ ଜାଣିଛନ୍ତି ରକ୍ତଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଂଚାଯାଇପାରିବ । କିନ୍ତୁ ଆପଣ ଜାଣିନଥିବେ ଯେ ବ୍ଲଡ ଡୋନରକୁ ମଧ୍ୟ ଅନେକ ଫାଇଦା ମିଳେ । ରକ୍ତଦାନ କରିବା ପରେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାରେ ଚମକ ଆଣିଥାଏ । ରକ୍ତଦାନ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାର ଆଶଙ୍କା କମ ହେବା ସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ରକ୍ତଦାନ କଲେ ଶରୀରକୁ କ’ଣ ଲାଭ ମିଳିଥାଏ ।

• ରକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ସ୍ତର ଠିକ୍ ରହିଥାଏ । ଏହା ସହ ହୃଦଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରକ୍ତାଦାନ କରିବା ଦ୍ୱାରା ବାର୍ଦ୍ଧକ୍ୟର ଛାପ ସହଜରେ ଦିଶି ନ ଥାଏ ।

• ରକ୍ତଦାନ କଲେ ଯକୃତରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ଯକୃତର କାମ ଆଇରନ୍ ମେଟାବୋଲିଜିମ୍ ଉପରେ ନିର୍ଭର କରିଥାଏ । ରାକ୍ତଦାନ କରିବା ଦ୍ୱାରା ଶରୀରରେ ଆଇରନର ପରିମାଣ ଠିକ୍ ରହୁଥିବାରୁ ଯକୃତ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ । ଯଦି ଶରୀରରେ ଆଇରନର ପରିମାଣ ଅଧିକ ରହିଥାଏ ତେବେ ଯକୃତ କୋଷର ଅକ୍ସିଡ଼େସନ ହୋଇଥାଏ । ଯାହା ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ପରେ କର୍କଟ ରୋଗର କାରଣ ବନି ଯାଇଥାଏ ।

• ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦-୭୦୦କିଲୋ କ୍ୟାଲୋରି କମ ହୋଇ ଯାଇଥାଏ । ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତି ୩ ମାସକୁ ଥରେ ରକ୍ତଦାନ କରିବା ଉଚିତ୍ ବୋଲି ଜାଣି ରଖନ୍ତୁ ।