ଏଣିକି ଚାଷିଙ୍କ ସମସ୍ୟା ହେବ ଦୂର ! ୨୦ ଟଙ୍କାରେ ଖତରେ ପରିଣତ ହେବ ଜମିର ଅବଶେଷ ।

88

ପ୍ରତିବର୍ଷ ଜମିରେ ଚାଷ କରାଯାଇଥାଏ ଏବଂ ଚାଷ କରିବା ପରେ ଜମିରେ ବଳି ପଡିଥିବା ଅବଶେଷକୁ କୃଷକ ପୋଡି ଦେଇଥାନ୍ତି । ଯାହା ଫଲରେ ଜମିରେ ଥିବା ସୁକ୍ଷ୍ମ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । କିନ୍ତୁ ଏବେ ଡି କମ୍ପୋଜର ନାମକ ଏକ ରସାୟନିକ ପଦାର୍ଥ ବାହାରିଛି ଯାହା ଦ୍ୱାରା ଜମିରେ ଅବଶେଷକୁ ନପୋଡି ଖତ ତିଆରି କରିହେବ । ସୁଚନା ଅନୁସାରେ, ଡି କମ୍ପୋଜରକୁ ରାଷ୍ଟ୍ରୀୟ ଜୈବିକ ଚାଷ କେନ୍ଦ୍ର ବିକସିତ କରିଛି । ଡି କମ୍ପୋଜରକୁ ଗାଇର ଗୋବରରୁ ବିଶେଷଜ୍ଞମାନେ ପ୍ରସ୍ତୁତ କରିଛନ୍ତି । ଏଥିରେ ବହୁ ପ୍ରକାର ସୁକ୍ଷ୍ମ ଜୀବାଣୁ ରହିଛନ୍ତି ଯେଉଁମାନେ ଆବଶ୍ୟକ ନଥିବା ପଦାର୍ଥ ଗୁଡିକୁ ଖାଇ ଖତରେ ପରିଣତ କରିଥାନ୍ତି । ଯାହା ଫଳରେ ଜମି ଉର୍ବର ହୋଇଥାଏ । ଦେଶରେ ପ୍ରାୟ ୨୦ ଲକ୍ଷ କୃଷକଙ୍କୁ ଏହି ଡି କମ୍ପୋଜର ଦ୍ୱାରା ଫାଇଦା ହୋଇଛି । ଡି କମ୍ପୋଜରର ସବୁଠାରୁ ବଡ କଥା ହେଉଛି ଏହାର ଗୋଟିଏ ଶିଶି ବୋତଲ ଗାଁର ସମସ୍ତ କୃଷକ ମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ଯଥେଷ୍ଟ । ଯଦି ଏହାର ବ୍ୟବହାର ସମ୍ବନ୍ଧରେ ଜାଣିନାହାନ୍ତି ତେବେ ନିମ୍ନୋକ୍ତ ରିପୋର୍ଟ ଉପରେ ନଜର ଦିଅନ୍ତୁ ।

କିପରି କରିବେ ବ୍ୟବହାର ।

ଫସଲ କାଟିବା ପୂର୍ବରୁ ପ୍ରତି ହେକ୍ଟର ପିଛା ୨୦୦ ଲିଟର ପାଣିରେ ବେଷ୍ଟ ଡି କମ୍ପୋଜରକୁ ମିସାଇ ଜମିରେ ସିଞ୍ଚନ କରିବା ଆବଶ୍ୟକ । ଫସଲ କାଟିବା ପରେ ଜମିରେ ବଳିଥିବା ଅବଶେଷକୁ ଟ୍ରାକ୍ଟର ସାହାଯ୍ୟରେ ଜମିରେ ଭଳ ଭାବରେ ମିଶାଇବାକୁ ପଡିବ । ଏହା ପରେ ୨୦-୨୫ ଦିନ ପରେ ଫସଲରେ ବଳିଥିବା ଅବଶେଷ ବିନା କୌଣସି ଅସୁବିଧାରେ ଖତରେ ପରିଣତ ହୋଇଯିବ ।

କିପରି ପାଇବେ ଏହି ପ୍ରଡକ୍ଟ ।

ବେଷ୍ଟ ଡି କମ୍ପୋଜର ରାଷ୍ଟ୍ରୀୟ ଜୈବିକ କେନ୍ଦ୍ରର ସମସ୍ତ ରିଜନାଲ ଷ୍ଟୋରରେ ଉପଲବ୍ଧ ରହିଛି । ଏହା ଗାଜିଆବାଦ, ବାଙ୍ଗଲୋର , ଭୁବନେଶ୍ୱର , ପଞ୍ଚକୁଳା , ଜବଲପୁର , ନାଗପୁର ଏବଂ ପାଟଣାର ରିଜନାଲ ଷ୍ଟୋରରୁ ପାଇପାରିବେ ।