ଦୀର୍ଘାୟୁ ହେବାକୁ ଚାହାନ୍ତି କି ? ନିୟମିତ ପିଅନ୍ତୁ କଫି . . . .

63

ଆପଣ ଦୀର୍ଘାୟୁ ହେବାକୁ ଚାହାନ୍ତି କି ? ତେବେ କଫିକୁ କରନ୍ତୁ ନିଜର । ଏକ ଅଧ୍ୟୟନରୁ ଜଣାପଡିଛି କଫି ବ୍ୟବହାର ଯୋଗୁଁ କିଡ୍ନୀ ରୋଗାଗ୍ରସ୍ତ ଥିବା ବ୍ୟକ୍ତିର ଜୀବନକାଳ ମଧ୍ୟ ବଢିପାରିବ । ଯେଉଁ ବ୍ୟକ୍ତି ଯେତେ ଅଧିକ କଫି ପିଅନ୍ତି , ସେମାନଙ୍କ ମଧ୍ୟରେ ମୃତ୍ୟୁର ଆଶଙ୍କା ୨୪ପ୍ରତିଶତ କମ୍ ହୋଇଯାଏ । ମାତ୍ର ଅଳ୍ପ ମାତ୍ରାରେ କଫି ପିଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହା ୧୨ ପ୍ରତିଶତ କମ୍ ଦେଖାଯାଇଥାଏ ।

ପର୍ତ୍ତୁଗାଲ୍ ସହର ସ୍ଥିତ ସେଣ୍ଟ୍ରୋ ହସ୍ପିଟାଲର ଜଣେ ବିଶେଷଜ୍ଞଙ୍କ ମତ ଅନୁସାରେ, ଜଣାପଡିଛି ଯେ କିଡ଼ନୀ ରୋଗାକ୍ରାନ୍ତ ବ୍ୟକ୍ତି ଅଧିକ ମାତ୍ରାରେ କଫି ପିଇବା ଉଚିତ । ଏହାଦ୍ୱାରା ମୃତ୍ୟୁ ଆଶଙ୍କା ଦୂର ହୁଏ । ଏହା ଏକ ସରଳ ଏବଂ ଶସ୍ତା ବିକଳ୍ପ ରୂପେ ପ୍ରମାଣିତ ହୋଇଛି ।”

ଜାଣନ୍ତୁ କେତେ ତାପମାତ୍ରାରେ କଫି ପିଇବା ଶରୀର ପାଇଁ ହିତକର :
ଗବେଷକ ସିକେଡି ରୋଗରେ ଆକ୍ରାନ୍ତ ୨୩୨୮ରୋଗୀଙ୍କୁ ନେଇ ଅଧ୍ୟୟନ କରିଥିଲେ । ଏହି ଗବେଷଣାକୁ ନ୍ୟୁ ଏରାଲେନ୍ସରେ ହେଉଥିବା ଏଏସଏନ କିଡନୀ ସପ୍ତାହରେ ପ୍ରଦର୍ଶନ କରାଯିବ । ଗୋଟେ କପ କଫି ପିଇବାଦ୍ୱାରା ଆଖିକୁ ମଧ୍ୟ ଲାଭ ମିଳିଥାଏ । ଆମେରିକାନ କେମିକାଲ୍ ସୋସାଇଟି ତଥ୍ୟ ଅନୁସାରେ, କଫି ପିଇବାଦ୍ୱାରା ମଧୁମେହ ରୋଗରୁ ମଧ୍ୟ କିଛିମାତ୍ରାରେ ଉପଶମ ମିଳିଥାଏ ।