କାହିଁକି ପିଇବେ ପଇଡ଼ ପାଣି ? ଜାଣନ୍ତୁ ଏହାର ଉପକାରିତା

108

ପଇଡ଼ ପାଣି ଶରୀର ପାଇଁ ନିତାନ୍ତ ଜରୁରୀ । ଡାକ୍ତରରଙ୍କଠାରୁ ଆରମ୍ଭ କରି ବଇଦ ସମସ୍ତେ ପଇଡ଼ ପାଣି ପିଇବା ପାଇଁ ଉପଦେଶ ଦେଇଥାନ୍ତି । ମୁହଁର ସୌନ୍ଦର୍ୟ୍ୟ ହେଉ ପେଟ ଥଣ୍ଡା ପାଇଁ ବେଶ ଉପକାରୀ ପଇଡ଼ ପାଣି । ପଇଡ ପାଣିର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । ଆପଣ ଜାଣନ୍ତି ଯଦି ପଇଡ଼ ପାଣି ଆପଣ ଉପଯୁକ୍ତ ସମୟରେ ପିଇବେ ଲାଭ ଦୁଇ ଗୁଣ ପାଇବେ ।

-ଆପଣଙ୍କ ମୁହଁରେ ବ୍ରଣ ଯୋଗୁଁ ଦାଗ ହୋଇଛି ବୋଲି ଚିନ୍ତା କରନ୍ତୁନି, ପଇଡ଼ ପାଣିକୁ ମୁହଁରେ ମାରି ଅଧଘଂଟା ଛାଡିଦିଅନ୍ତୁ ,ଏପରି ନିୟମିତ ଏକ ମାସ କଲେ ଆପଣ ମୁହଁର ଚମକ ଫେରିପାଇବେ ।

-ସକାଳେ ଖାଲି ପେଟରେ ପଇଡ଼ ପାଣି ପିଇବା ଦ୍ୱାରା ପେଟରେ ଥିବା ପୋଷକ ତତ୍ତ୍ଵ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମାଇବାରେ ସାହାଯ୍ୟ କରିଥାଏ ।

– ଗର୍ଭବତୀ ମହିଳାଙ୍କୁ ପଇଡ଼ ପାଣି ପିଇବା ପାଇଁ ଡାକତର ପରାମର୍ଶ ଦେଇଥାନ୍ତି । କାରଣ ଏହା ଦ୍ୱାରା ବଦହଜମୀ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଫଳରେ ମା ଓ ଗର୍ଭସ୍ଥ ଶିଶୁ ଉଭୟ ସୁସ୍ଥ ରହିଥାନ୍ତି ।

– ଭୋଜନ ପୂର୍ବରୁ ପଇଡ଼ ପାଣି ପିଇବାକୁ ଗୁରୁତ୍ୱ ଦିଆଯାଇଥାଏ । ଫଳରେ କମ୍ ଖାଦ୍ୟ ଖାଇବା ସହ ପାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ । ପେଟରେ ଅତ୍ୟଧିକ ଚର୍ବି ଜନିତ ସମସ୍ୟା ଦେଖା ଦେଇନଥାଏ ।

– ନିୟମିତ ପଇଡ଼ ପାଣି ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବାରେ ସାହାଯ୍ୟ କରିଥାଏ ୫. ଆପଣ ଚିନ୍ତାଗ୍ରସ୍ତ ହେଉଛନ୍ତି, ଅତ୍ୟଧିକ ଥକ୍କା ଲାଗୁଛି କି । ତେବେ ଶୋଇବା ପୂର୍ବରୁ ପଇଡ଼ ପାଣି ପିଅନ୍ତୁ ।ଦେଖିବେ ଆପଣ ସମସ୍ୟା ଦୂର ହୋଇଯିବ ।

– ଯଦି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ପଇଡ଼ ପାଣି ପିଅନ୍ତୁ। ଏହା ଆପଣଙ୍କୁ ସ୍ମାର୍ଟ କରାଇବା ସହ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।