ଗାଜରରେ ଭରି ରହିଛି ଔଷଧୀୟ ଗୁଣ ! କ୍ୟାନସର ଭଳି ମାରାତ୍ମକ ରୋଗର କରେ ଉପଶମ

64

ଭାରତରେ ଅଧିକାଂଶ ଲୋକ ଗାଜର ଖାଇବାକୁ ପସନ୍ଦ କରିଥାନ୍ତି । ଗାଜର ଏମିତି ଏକ ପରିବା ଯାହାକୁ ପ୍ରତି ଖାଦ୍ୟରେ ସାମିଲ କରାଯାଇପାରିବ । ଏହାକୁ ତରକାରୀ ସହ ସାଲାଡ, ଜୁସ ଓ ସୁପରେ ମଧ୍ୟ ବ୍ୟବହାର କରାଯାଏ । ଏଥିପାଇଁ ଗାଜର ଅଧିକାଂଶ ଭାରତୀୟଙ୍କ ପ୍ରଥମ ପସନ୍ଦ । କେବଳ ଗାଜର ଖାଇବାକୁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏହା ଭିତରେ ଭରି ରହିଛିି ବିଭିନ୍ନ ଔଷଧୀୟ ଗୁଣ । ଆୟୁବେଦ ଚିକିତ୍ସାରେ ଗାଜରକୁ ବିଭିନ୍ନ ରୋଗର ଔଷଧ ଭାବେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରବଳ ମାତ୍ରାରେ ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ଇ ଭଳି ପୋଷକ ତତ୍ତ୍ୱ ପ୍ରବଳ ମାତ୍ରାରେ ଭରି ରହିଥାଏ । ଏହି ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ତେବେ ଗାଜରରେ ଥିବା କିଛି ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା ।

କ୍ୟାନସରରୁ ରକ୍ଷା କରିଥାଏ : ଆଧୁନିକ ଜୀବନଶୈଳୀ ଭିତରେ ଅଧିକାଂଶ ଲୋକ ଏବେ କ୍ୟାନସର ରୋଗରେ ପୀଡିତ । ତେବେ ଗାଜର ଏମିତି ଏକ ପରିବା ଯାହା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ । ଏହା ଶରୀର ପକ୍ଷେ ବେଶ ସ୍ୱାସ୍ଥ୍ୟୃକର । ଗାଜର ଖାଇବା ଦ୍ୱାରା କର୍କଟ ରୋଗର କୋଷ ଗୁଡିକ ବିକଶିତ ହୋଇପାରନ୍ତି ନାହିଁ । ଗାଜରରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗ ସହ ଲଢିବାକୁ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଥିବା ବିଟା କିରୋଟିନ ପୋଷକ ତତ୍ତ୍ୱ ସ୍ତନ କକର୍ଟରୁ ରକ୍ଷା କରିଥାଏ ।

Hasselback-carrots-LGH-mini-72e89a5f-0423-4f7e-b7f8-afc96409ab87-0-1400x919ହାର୍ଟକୁ ରଖିଥାଏ ସୁସ୍ଥ : ଗାଜର ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଗାଜରରେ ଭରପୂର ମାତ୍ରରେ ବୀଟା-କେରୋଟିନ, ଆଲଫା କେରୋଟିନ ଭଳି ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଯାହା କୋଲେଷ୍ଟ୍ରେଲକୁ ବଢିବାକୁ ଦେଇ ନଥାଏ । ଏହାଛଡା ହୃଦଘାତ ଭଳି ଆଶଙ୍କାକୁ ମଧ୍ୟ କମ କରିଥାଏ । ହୃତସ୍ୱନ୍ଦନ ବଢିବା ଓ ହାର୍ଟର ରୋଗ ପାଇଁ ଗାଜରକୁ ସିଝାଇ ଖାଇବା ଆବଶ୍ୟକ ।

ରକ୍ତଚାପ ନିୟନ୍ତ୍ରଣ : ଗାଜର କେବଳ ପାଟି ସୁଆଦିଆ ପରିବା ନୁହେଁ ଏହା ଶରୀରକୁ ଫିଟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଗାଜରରେ ରହିଥିବା ପୋଟାସିୟମ ପୋଷକ ତତ୍ତ୍ୱ ଶରୀରର ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

ବିଭିନ୍ନ ରୋଗର ଔଷଧ : ଗାଜର ଅନେକ ରୋଗର ଔଷଧ ଭଳି କାମ କରିଥାଏ । ଜଣ୍ଡିସ ଓ ବଦହଜମି ଭଳି ସମସ୍ୟାରୁ ଗାଜର ରକ୍ଷା କରିଥାଏ । ଏହାଛଡା ଶରୀରର ଅସ୍ଥିକୁ ମଧ୍ୟ ଶକ୍ତିଶାଳୀ କରାଇଥାଏ । ଗାଜର ଖାଇବା ଦ୍ୱାରା ଗ୍ୟାସ ଓ ପେଟ ଜନିତ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ । ଗାଜରରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ ।

ଶରୀରର ରକ୍ତ ବଢାଇଥାଏ : ଗାଜରରେ ଭରପୁର ମାତ୍ରାରେ ଆଇରନ ଅଂଶ ରହିଥାଏ । ଏହାଛଡା ଏଥିରେ ଥିବା ଭିଟାମିନ-ଇ ନୂଆ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଏନିମିଆ ରୋଗରେ ପୀଡିତ ରୋଗୀଙ୍କୁ ଗାଜର ଖାଇବାକୁ ପରାମର୍ଶ ଦିଆ ଯାଇଥାଏ । ଏହାଛଡା ମହିଳା ମାନେ ଋତୁତ୍ସାବ ସମୟରେ ଗାଜର ଖାଇବା ଆବଶ୍ୟକ । ଗାଜର ପେଟ ସଫା ରଖିବା ସହ ରକ୍ତକୁ ମଧ୍ୟ ପରିଷ୍କାର ରଖିଥାଏ । ଏହାର ପ୍ରଭାବରେ ଚର୍ମ ଉଜ୍ଜଳ ଦେଖାଯାଏ ।

ଆଖି ସମସ୍ୟା ଦୁର କରିଥାଏ : ଗାଜରରେ ପ୍ରବଳ ମାତ୍ରାରେ ଭିଟାମିନ-ଏ ମିଳିଥାଏ । ସୁସ୍ଥ ଆଖି ପାଇଁ ଭିଟାମିନ-ଏ ଅତ୍ୟନ୍ତ ଜରୁରୀ । ଗାଜରରେ ଥିବା ବିଟା କେରୋଟିନ ପୋଷକ ତତ୍ତ୍ୱ ମୋତିଆବିନ୍ଦୁରୁ ରକ୍ଷା କରିଥାଏ । ଯେଉଁ ଲୋକଙ୍କର ଦୃଷ୍ଟିଶକ୍ତି କମ ରହିଥାଏ ତାଙ୍କୁ ନିୟମିତ ଭାବେ ଗାଜର ଖାଇବା ଆବଶ୍ୟକ ।