ଶୀତରେ ଦିନରେ ଖାଆନ୍ତୁ ସୋରିଷ ଶାଗ ! ଭଲ ରହିବ ସ୍ୱାସ୍ଥ୍ୟବସ୍ଥା

139

ଥଣ୍ଡା ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଆଉ ଶୀତ ଦିନରେ ଶୀତ ଲାଗିବା ସ୍ୱାଭାବିକ । ତେବେ ଥଣ୍ଡା ସମୟରେ ପ୍ରାୟ ସମସ୍ତଙ୍କୁ ଗରମ ଗରମ ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ । ଶୀତ ଦିନେ ସୋରିଷ ଶାଗ ଖାଇବା ପାଇଁ ଲୋକମାନେ ବହୁ ପସନ୍ଦ କରିଥାନ୍ତି । ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଖାଦ୍ୟ ଅଟେ । ଏଠାରେ ଭିଟାମିନ, ମିନେରାଲ, ଫାଇବର ଓ ପ୍ରୋଟିନ୍ ଭରପୁର ମାତ୍ରାରେ ଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା ସୋରିଷ ଶାଗ ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କ’ଣ କ’ଣ ଉପକାରୀ ଅଟେ ।

କ୍ୟାନସରରୁ ରକ୍ଷାକରେ – ସୋରିଷ ଶାଗରେ ଆଣ୍ଟିଅକ୍ସିଡେଣ୍ଟତତ୍ୱ ଭରପୁର ମାତ୍ରାରେ ଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ସୋରିଷ ଶାଗ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ବନାଇବା ପାଇଁ ସାହାଯ୍ୟ କରେ । ଏହା ଶରୀରର ମୁତ୍ରାଶୟ, ପେଟ, ଫୁସଫୁସ ଓ କ୍ୟାନସର ଜନିତ ସମସ୍ୟାରୁ ଦୂରେଇ ରଖେ ।

ହୃଦୟକୁ ସୁସ୍ଥ ରଖେ – ସୋରିଷ ଶାଗ ଖାଇବା ଦ୍ୱାରା ଶରୀରର କୋଲେଷ୍ଟରେଲ ପରିମାଣ ହ୍ରାସ ହୋଇଥାଏ । ଯାହା ଫଳରେ ଫୋଲେଟର ଉତ୍ପାଦନ ପ୍ରକ୍ରିୟା ବଡିଥାଏ । ଏହା ହୃତପିଣ୍ଡ ଓ ଧମନୀ ସମନ୍ଧୀୟ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ମେଟାବୋଲିଜମକୁ ନିୟନ୍ତ୍ରିତ ରଖେ – ସୋରିଷ ଶାଗରେ ଫାଇବର ଭରପୁର ରହିଛି । ଯାହା ଶରୀରର ମେଟାବୋଲିଜମକୁ ନିୟନ୍ତ୍ରିତ ରଖିବାରେ ସକ୍ଷମ ହୋଇଥାଏ । ଯାହା ଫଳରେ ଶରୀରର ହଜମ ପ୍ରକ୍ରିୟା ଭଲ ଭାବେ ପରିଚାଳିତ ହୁଏ ।

ଓଜନ ହ୍ରାସ କରେ- ଏହି ଶାଗ ସେବନ କରିବା ଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ । ସୋରିଷ ଶାଗରେ କ୍ୟାଲେରୀ କମ୍ ପରିମାଣର ଓ ଫାଇବର ଭରପୁର ମାତ୍ରାରେ ଉପଲବ୍ଧ ଥାଏ । ଯାହା ବିପାକ କ୍ରିୟାକୁ ଠିକ ଭାବରେ ପରିଚାଳିତ କରିବାରେ ସାହାଯ୍ୟ କରିଥାଏ ।

ହାଡକୁ ମଜବୁତ କରେ – ସୋରିଶ ଶାଗରେ କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରରେ ରହିଛି । । ଏହକୁ ସେବନ କରିବା ଦ୍ୱାରା ଶରୀରର ହାଡକୁ ମଜବୁତ କରେ । ତାହା ସହ ହାଡ ସମ୍ମନ୍ଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରେ ।

ଦୃଷ୍ଟି ଶକ୍ତି ବଢ଼ାଏ- ଭିଟାମିନ-ଏରେ ଭରପୁର ରହିଛି ସୋରିଶ ଶାଗ । ଯାହା ଫଳରେ ଦୃଷ୍ଟି ଶକ୍ତି ବଢେଇବା ପାଇଁ ସାହାଯ୍ୟ କରିଥାଏ । ଏହି ଶାଗକୁ ଥଣ୍ଡା ସମୟରେ ସେବନ ଅଧିକ କରନ୍ତୁ ।