ସବୁବେଳେ ରୋଗଗ୍ରସ୍ତ ରହୁଛନ୍ତି କି ? ପିଅନ୍ତୁ ଜିରା ଓ ଗୁଡ଼ ମିଶ୍ରିତ ପାନୀୟ . . . .

61

ଆଜିକାଲି ଲୋକଙ୍କର ରୋଗ ପ୍ରତିଶେଧକ ଶକ୍ତି ଧୀରେ ଧୀରେ କମ ହେବାରେ ଲାଗୁଛି ବ୍ୟସ୍ତବହୁା ଯାହାଦ୍ୱାରା ସବୁଳେ ରୋଗର ଶିକାର ହେଉଛନ୍ତି । ସମୟ ଓ ଟଙ୍କାର ଅଭାବ ଯୋଗୁଁ  ନାଁ ଡାକ୍ତରଙ୍କ ପରାମର୍ଶ ନେଇପାରୁଛନ୍ତି ନାଁ ନିଜର ଯତ୍ନ ନେଇପାରୁଛନ୍ତି  । ଶାରୀରିକ ଦୁର୍ବଳତା, ରକ୍ତହୀନତା, ଜ୍ୱର, ଋତୁସ୍ରାବରେ ଅନିୟମିତତା, ଅଳ୍ପ ଓଜନ ଆଦି ଅସୁବିଧା ଖରାପ ଜୀବନଶୈଳୀ ଯୋଗୁଁ ହୋଇଥାଏ । ତେବେ ଆପଣ ମଧ୍ୟ ଯଦି ଏପରି ଅସୁବିଧା ଭୋଗୁଛନ୍ତି, ତେବେ ଚିନ୍ତା କରନ୍ତୁ ନାହଁ ।

ପ୍ରକୃତିରେ ଏପରି ଜିିନିଷ ରହିଛି ଯାହାଦ୍ୱାରା ଏପରି ସମସ୍ୟାରୁ ଖୁବ ସହଜରେ ରକ୍ଷା ମିଳିପାରିବ । ଜିରା ଓ ଗୁଡ଼ ମିଶ୍ରିତ ପାଣି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର । ଏହି ମିଶ୍ରଣକୁ ଆୟୁର୍ବେଦରେ ମଧ୍ୟ ସ୍ଥାନ ମିଳିଛି । ଜିରା ଓ ଗୁଡ଼ ମିଶ୍ରିତ ପାଣିରେ ଆଇରନ ଅଧିକ ପରିମାଣରେ ଥାଏ ଯାହା ରକ୍ତହୀନତା ପରି ରୋଗରୁ ରକ୍ଷା କରେ । ଏହି ମିଶ୍ରଣକୁ ପାଖାପାଖି ୩୦ ଦନ ପର୍ଯ୍ୟନ୍ତ ଲଗାତାର ପିଅନ୍ତୁ । ଯାହାର ପ୍ରଭାବ ଆପଣଙ୍କ ଶରୀର ଉପରେ ନଶ୍ଚିତ ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହି ପାଣିକୁ କିପରି ପ୍ରସ୍ତୁତ କରିବା . .

ଦୁଇ କପ ପାଣିରେ ଏକ ଚାମଚ ଜିରା ଓ କିଛି ଗୁଡ଼ ମିଶାନ୍ତୁ । ଏହାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ସବୁ ମିଶ୍ରଣ ଫୁଟି ଫୁଟି ଏକ କପ ହେଲେ ତାକୁ ବାହର କରନ୍ତୁ । ଏବେ ଏହି ପାଣିକୁ ଆପଣ ପିଇପାରିବେ । ଏହି ପାନୀୟକୁ ଆପଣ ପ୍ରତିଦିନ ପ୍ରାତଃଭୋଜନ କରିବା ପର୍ବୂରୁ ସେବନ କରନ୍ତୁ ଏବଂ ରୋଗ ମୁକ୍ତ ହୁଅନ୍ତୁ ।

– ପ୍ରାୟତଃ ଦେଖାଯାଏ ଅଧିକରୁ ଅଧିକ ମହିଳା ଓ ଝିଅମାନେ ରକ୍ତହୀନତା ରୋଗର ଶିକାର ହୁଅନ୍ତି । ଗୁଡ଼ ଓ ଜିରା ପାଣି ପିଇବା ଦ୍ୱାରା ରକ୍ତହୀନତା ରୋଗରୁ ଖୁବ ଶୀଘ୍ୟ ରକ୍ଷା ମିଳିବ । ଏହା ବ୍ୟତୀତ ଏହି ପାନୀୟ ପିିଇବା ଦ୍ୱାରା ରକ୍ତରରେ ଥିବା ମଇଳା ମ୍ୟଧ ଦୂର ହୁଏ ।

– ମୁଣ୍ଡବ୍ୟଥାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆପଣ ଜିରା ଓ ଗୁଡ଼ ମିଶ୍ରିତ ପାଣି ପିଅନ୍ତୁ । ଏହାସହ ଆପଣ ଯଦି ଜ୍ୱରରେ ପୀଡ଼ିତ ତେବେ ମଧ୍ୟ ଏହି ପାନୀୟ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ।

 – ଜିରା ଓ ଗୁଡ଼ ମିଶ୍ରିତ ପାଣି ଏସିଡ଼ର ପ୍ରଭାବକୁ ମଧ୍ୟ କମ କରିବାରେ ସାହାଯ୍ୟ । ଏହି ପାନୀୟ ପିଇବା ଦ୍ୱାରା ପେଟ ଫୁଲିବା ଓ ଏସିଡ଼ିଟି ରୋଗରୁ ମୁକ୍ତି ମିଳେ ।

– ଶରୀରରେ ଅନେକ ସମୟରେ ପୀଡ଼ା ଅନୁଭବ ହୁଏ । ଯଦି ଏପରି ହେଉଛି ତେେ ଏହି ପାନୀୟ ପିଅନ୍ତୁ  । ଜିରା ଓ ଗୁଡ଼ ପାଣିରେ ଆଣ୍ଟି ଏଲିମେଣ୍ଟାରୀ ଗୁଣ ଥିବା ଯୋଗୁଁ ଯାହାଦ୍ୱାରା ଏହା ପ୍ରଭାବିତ ଭାଗରେ ରକ୍ତ ପ୍ରବାହକୁ ବଢ଼ାଇ ଶରୀରରେ କଷ୍ଟ କିଛି ପର୍ଯ୍ୟନ୍ତ ହାଲୁକା କରେ ।