ଆପଣ ଜାଣନ୍ତି କି ପଇଡ ପାଣି ପିଇବା ଦ୍ୱାରା କି କି ପ୍ରକାର ଲାଭ ମିଳିଥାଏ ଶରୀରକୁ?

150

କନକ ବ୍ୟୁରୋ : ବଜାରରେ ଯେତେ ବି ପାନୀୟ ରହିଛି ସବୁଠାରୁ ଶରୀର ପାଇଁ ଲାଭଦାୟକ ହେଉଛି ପଇଡ଼ ପାଣି । ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ,ଭିଟାମିନ୍-ସି,ଏନଜାଇମ,ବି-କମ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କେବଳ ଖରାଦିନେ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ ପିଇ ପାରିବେ । ଏବେ ଆସନ୍ତୁ ଜାଣିବା ଏଥିରୁ ଶରୀରକୁ ମିଳୁଥିବା ୧୦ଟି ଫାଇଦା ବିଷୟରେ ।

୧.ଯେଉଁ ଲୋକମାନେ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି ସେମାନଙ୍କୁ ଆଜିଠାରୁ ପଇଡ଼ ପାଣି ପିଇବା ଆରମ୍ଭ କରିବା ଦରକାର । ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।

୨.ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ରହିଥାଏ, ଯାହା ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ ।

 

୩.ଶରୀରରେ କୋଲେଷ୍ଟ୍ରଲର ପରିମାଣ ବଢ଼ିବା ଦ୍ୱାରା ହୃଦୟ ସହ ଜଡ଼ିତ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିଜ ଡାଏଟ୍ରେ ପଇଡ଼ ପାଣିକୁ ସାମିଲ କରନ୍ତୁ । ଏହା ଫ୍ୟାଟ୍ ଫ୍ରି ହୋଇଥିବାରୁ ଖୁବ୍ ଶୀଘ୍ର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ।

୪.ମଦ ପିଇବା ପରେ କିଛି ଲୋକଙ୍କର ମୁଣ୍ଡ ବ୍ୟଥା ହେବାକୁ ଲାଗିଥାଏ । ଏହି ଅସୁବିଧାରୁ ତୁରନ୍ତ ମୁକ୍ତି ପାଇବା ପାଇଁ ପଇଡ଼ ପାଣି ଅତ୍ୟନ୍ତ ଲାଭଦାୟକ ।

୫.ପଇଡ଼ ପାଣିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଗର୍ଭାବସ୍ଥାରେ ମହିଳାମାନେ ଏହାକୁ ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ।

୬.ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ବିଭିନ୍ନ ରୋଗ ସଂକ୍ରମଣ ହେବାରୁ ରୋକିଥାଏ ।