ନିମ୍ବରେ ରହିଛି ବହୁତ ଉପକାରୀ ଗୁଣ ! ମଧୁମେହ ରୋଗରୁ ଦିଏ ମୁକ୍ତି . . . . 

111

ଜୀବଜଗତରେ ବିଭିନ୍ନ ପ୍ରକାର ବୃକ୍ଷ ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ ଅନେକ ଗଛରେ ବହୁତ ପରିମାଣର ଔଷଧୀୟ ଗୁଣ ଭରି ରହିଥାଏ । ନିମ୍ବ ଗଛ ଏଥି ମଧ୍ୟରୁ ଏକ । ଏହି ଗଛରେ ବହୁ ପରିମାଣର ଔଷଧୀୟ ଗୁଣ  ଭରରହିଛି । ଆୟୁର୍ବେଦରେ ନିିମ୍ବ ଗଛର ଜଳିବୁଟିକୁ ପ୍ରାଧାନ୍ୟ ଦିଆଯାଏ । ମଧୁମେହ ରୋଗରୁ ରକ୍ଷା ପାଇବା  ପାଇଁ ବି ଏହା ବହୁ ଉପକାରୀ ଅଟେ । ଏହି ଗଛକୁ ବହୁ ପ୍ରକାର ରୋଗକୁ ଭଲ କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ଆସନ୍ତୁ ଜାଣିବା ନିମ୍ବର କିଛି ଲାଭକାରୀ ଗୁଣ ବିଷୟରେ . . . .

 

 

 

 

 

 

 

 

 

 

– ମୁହଁରେ ଯଦି ଆପଣଙ୍କର ବ୍ରଣ ବାହାରୁଛି, ତାହା ହେଲେ ନିମ୍ବ ପତ୍ରକୁୁ ମିଶ୍ରଣ କରନ୍ତୁ । ତା’ପରେ ଆପଣଙ୍କ ମୁହଁରେ ଏହି ମିଶ୍ରଣକୁ ଲଗାନ୍ତୁ । ଏହି ମିଶ୍ରଣ ଲଗାଇବା ପରେ ଦେଖିବେ ଆପଣଙ୍କ ଚେହେରାରୁ ମୃତକୋଷ ସବୁ ବାହାରିଯିବେ ।

– ନିମ୍ବ ପତ୍ରକୁ ଅନ୍ୟ ଏକ କାରଣରେ ମଧ୍ୟ ବ୍ୟବହାର କରିପାରିବା । ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ । ନିୟମିତ ଏପରି କିରବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରକ ଓ ମାନସିକ ଅସୁସ୍ଥତାରୁ  ମୁକ୍ତି ପାଇବେ ।

– ଯଦି ଆପଣଙ୍କ  ମୁହଁରେ ବ୍ରଣ ବାହାରୁଛି । ତା’ହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଗାଧାନ୍ତୁ । ଦେଖିବେ ଆପଣ ବ୍ରଣରୁ ଉପଶମ ପାଇବେ ।

– କିଛି ଲୋକ ଅଛନ୍ତି, ପାଗ ବଦଳିବା ସହିତ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଦେଖାଯାଏ ।  ତାହା ପାଇଁ  ଆପଣ ଚିନ୍ତାରେ ରହୁଛନ୍ତି କି ? ଏହି ଏଲର୍ଜିରୁ ମୁକ୍ତି ପାଇବା ଚାହୁଛନ୍ତି କି ? ତା’ହେଲେ ନିମ୍ବ ପାଣିରେ ଗାଧାନ୍ତୁ । ସପ୍ତାହରେ ତିନି ଥର ଏପରି କରନ୍ତୁ । ଦେଖିବେ ଆପଣଙ୍କୁ ଏହା ପରେ ବହୁ ଆରାମ ଳାଗିବ ।

– କୁହାଯାଏ କି ମ୍ୟାଲେରିଆ ଓ ଡେଙ୍ଗୁ  ଜାତୀୟ ରୋଗ ହେଲେ ମଧ୍ୟ  ନିମ୍ବ ଗଛର ପତ୍ର ବହୁତ ଉପକାରୀ  ।

 – ଯଦି ଆପଣଙ୍କ ଦାନ୍ତରେ ମଇଳା ଦେଖାଯାଉଛି, ତେବେ ନିମ୍ବ ଗଛର କାଠିରେ ଦାନ୍ତ ଘଷନ୍ତୁ । ଏହା ପରେ ଆପଣଙ୍କ ଦାନ୍ତ ପୁରା ଚକଚକ୍ ହୋଇଯିବ  ।