ଅଣ୍ଡାର କେଶର ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ : ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ବିଷୟରେ

63

ଆମେ ସମସ୍ତେ ଜାଣୁ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ, ଭିଟାମିନ ରହିଛି । ଅନେକ ଲୋକ ଅଣ୍ଡାର ହଳଦିଆ ଅଂଶକୁ ଫୋପାଡି ଦେଇ, ଧଳା ଅଂଶକୁ ଖାଇବାକୁ ଭଲ ପାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ? ଏହି ହଳଦିଆ ଭାଗ ସ୍ୱାସ୍ଥ୍ୟ ପାଇଁ କେତେ ଦରକାରୀ । ତେବେ ଆସନ୍ତୁ ଜାଣିବା ଅଣ୍ଡାରେ ଥିବା ହଳଦିଆ ଭାଗର କେତେକ ଉପକାରୀତା ସମ୍ବନ୍ଧରେ । ଅଣ୍ଡାର ହଳଦିଆ ଭାଗରେ ଭିଟାମିନ ରହିଥିବାରୁ ହାଡ଼କୁ ମଜବୁତ କରିବାରେ ସହାୟତା କରିଥାଏ । ଏବଂ ଶରୀରର ପ୍ରତିରୋଧକ ଶକ୍ତି ବଢାଇବା ସହ ତ୍ୱଚାର ଚମକ ଆଣିଥାଏ । ଏଥିରେ ଥିବା ଫ୍ୟାଟ ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ ଏ, ଡି, ବି-୬, ବି-୧୨ ରହିଛି ।

ନ୍ୟୁଟ୍ରିସନିଷ୍ଟ ଅଂଶୁଲ ଜୟଭରତଙ୍କ କହିବା ଅନୁସାରେ ଅଣ୍ଡାରେ ପ୍ରୋଟିନ, କ୍ୟାଲସିୟମ, ଓମେଗା-୩ ଫ୍ୟାଟୀ ଏସିଡ ଭରପୂର ମାତ୍ରାରେ ରହିଛି । ଏହି ସମସ୍ତ ପୋଷଣ ତତ୍ୱ ଆମ ଶରୀର ପାଇଁ ଜରୁରୀ ଅଟେ । ପ୍ରୋଟିନରେ ମାଂସପେଶୀ ମଜବୁତ ହୁଏ । ଓମେଗା-୩ ଫ୍ୟାଟୀ ଏସିଡ ଭଲ କୋଲେଷ୍ଟ୍ରଲ ବନାଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

ଅଣ୍ଡାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆବଶ୍ୟକ ପରିମାଣର ଆମିନୋ ଏସିଡ ମିଳିଥାଏ । ଭିଟାମିନ ଏ ଦ୍ୱାରା ବାଳ ମଜବୁତ କରିବା ସହ ଦୃଷ୍ଟିଶକ୍ତି ବଢାଇଥାଏ । ତାହା ସହ ସ୍ମରଣ ଶକ୍ତି ବଢାଇଥାଏ । ଅଣ୍ଡାର ଧଳା ଅଂଶରେ ଫ୍ୟାଟ ନଥାଏ । ଏହା ଖାଇବା ଦ୍ୱାରା ଓଜନ ବଢିନଥାଏ।