ପ୍ରତିଦିନ ଆଚାର ଖାଇଲେ କ’ଣ ହୁଏ ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

143

କେତେକ ଲୋକଙ୍କୁ ଖାଇବା ସହିତ ଆଚାର ଖାଇବାର ଅଭ୍ୟାସ ଥାଏ । ଆମ୍ବ, ଲେମ୍ବୁ, ଶାଳଗମ, ଗାଜର, ରସୁଣ ଇତ୍ୟାଦି ଅନେକ ପ୍ରକାରର ଆଚାର ଖାଆନ୍ତି । ଆଚାର ପ୍ରେମୀ କେବଳ ନୂଆ ସ୍ୱାଦର ଆଚାରର ଅପେକ୍ଷାରେ ଥାନ୍ତି । ଆପଣ କେବେ ଭାବିଛନ୍ତି କି ଏହାର ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପକାଇବ ?

ଚାଲନ୍ତୁ ପ୍ରଥମେ ଜାଣିବା ତାହାର ଫାଇଦା ବିଷୟରେ :

• ଆଚାର ଖାଇବା ଦ୍ୱାରା ଆପଣଙ୍କ ପାଚନ କ୍ଷମତା ଠିକ ରହିବ ।

• ଘର ତିଆରି ଆଚାର ଆପଣଙ୍କ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ । କାହିଁକିନା ଲୁଣ ଦେଇ ଆଚାରକୁ ସଢ଼ା ଯାଇଥାଏ ଓ ସେଥିପାଇଁ ସେଥିରେ ପ୍ରୋ-ବାୟୋଟିକ ବ୍ୟାକ୍ଟେରିଆ ବିକସିତ ହୋଇ ପାଚନ କ୍ଷମତା ବଢ଼ାଏ ।

• ନ୍ୟୁରୋ ଷ୍ଟଡିଜ ମୁତାବକ ଲଗାତାର ଆଚାର ଖାଇବା ଦ୍ୱାରା ମାସନିକ ସ୍ୱାସ୍ଥ୍ୟ ଠିକ ରହେ । ଏହା ହି ନୁହେଁ ଆଚାରରେ ଭିଟାମିନ ଓ ମିନେରାଲ ଥାଏ । ଏହାର କାରଣ ହେଉଛି ଆଚାର ଡବାକୁ ଖରାରେ ରଖାଯିବା ।

• ଏଥିରେ ଏସିଟିକ ଏସିଡ ଥିବାରୁ ଏହା ହିମୋଗ୍ଲୋବିନ ସ୍ତରକୁ ବଢ଼ାଏ ।
କ୍ଷତି କ’ଣ ? :

• କିଛି ଅନୁଧ୍ୟାନରୁ ଜଣାପଡିଛି ଯେ ଅଧିକ ଆଚାର ଖାଇବା ଦ୍ୱାରା ଗ୍ୟାସଟିକ କ୍ୟାନସର ହେବାର ସମ୍ଭାବନା ବଢିଯାଏ ।

• ଏଥିରେ ଅତ୍ୟଧିକ ଲୁଣର ମାତ୍ରା ଥିବାରୁ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଠିକ ନୁହେଁ ।

• ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟ୍ରୋକ ଓ ହାର୍ଟ ଆଟାକର ବିପଦ ରହେ ।

• ମାର୍କେଟର ଆଚାରରେ ପ୍ରିଜରଭେଟିଭସ୍ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ।

• ବିଶେଷଜ୍ଞଙ୍କ ମୁତାବକ ମାର୍କେଟରେ ଆଚାର ତିଆରି କରିବାର ପ୍ରକ୍ରିୟା ସମୟରେ ସେଥିରେ ଥିବା ସମସ୍ତ ପୋଷକ ତତ୍ୱ ନଷ୍ଟ ହୋଇଯାଏ ।