ନଡିଆ ତେଲରେ ରହିଛି ଅନେକ ଗୁଣ ! ସ୍ୱାସ୍ଥ୍ୟ ସହ ଚେହେରା ଚମକାଇଥାଏ ନଡିଆ ତେଲ ।

64

ହିନ୍ଦୁ ଧର୍ମ ଅନୁସାରେ ନଡିଆକୁ କୁହାଯାଏ ଶ୍ରୀଫଳ। ଏହାକୁ ପବିତ୍ର ଫଳ ଭାବରେ ବିବେଚନା କରାଯାଇଥାଏ । କୌଣସି ଶୁଭକାମ ଯେମିତି ଗୃହ ପ୍ରବେଶ, ଯଜ୍ଞ ଆଦି କାର୍ୟ୍ୟରେ ନଡିଆ ବ୍ୟବହାର କରାଯାଏ। ନଡିଆ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହାକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ନଡ଼ିଆ ତେଲ ମଧ୍ୟ ଦେହ ପାଇଁ ବହୁ ଉପକାରୀ। ଏ ବିଷୟରେ ଆସନ୍ତୁ ଜାଣିବା।-ଯଦି ଆପଣଙ୍କର ପାଦ ଉପରେ ବା କୌଣସି ଭାଗରେ ଇମ୍ଫେକ୍ସନ ହୋଇଥାଏ, ତା’ହେଲେ ଆପଣ ସଙ୍ଗେ ସଙ୍ଗେ ଘରେ ଥିବା ନଡିଆ ତେଲକୁ ସେହି ସ୍ଥାନରେ ମାଲିସ କରନ୍ତୁ। କିଛି ସମୟ ପରେ ଆପଣଙ୍କୁ ଉପଶମ ମିଳିବ।

-ଯଦି ଆପଣଙ୍କୁ କୌଣସି ଭାଗରେ କୁଣ୍ଡେଇ ହେଉଥାଏ କିମ୍ବା ଜଳିବା ଭଳି ଲାଗୁଥାଏ, ତା’ହେଲେ ନଡିଆ ତେଲ ନେଇ ସେହି ସ୍ଥାନରେ ମାଲିସ କରିଦିଅନ୍ତୁ ଆରାମ ମିଳିବ ।

-ଗରମ ହେଉ କି ଥଣ୍ଡା, ଓଠରେ ନଡିଆ ତେଲ ମାଲିସ କରନ୍ତୁ।

– ଜଡା ତେଲ  ଏବଂ ନଡିଆ ତେଲର ମିଶ୍ରଣ କରି ନିଜର ଚେହେରାରେ ମାଲିସ କରନ୍ତୁ। ଆପଣଙ୍କ ତ୍ୱଚା ଚମକି ଉଠିବ।

-ଶୋଇବା ପୂର୍ବରୁ ନିଜ ନଖକୁ ନଡ଼ିଆ ତେଲରେ ମାଲିସ କରନ୍ତୁ।

-ଅଧା ଚାମଚ ବେକିଙ୍ଗ ସୋଡା ଏବଂ ଏକ ଚାମଚ ନଡିଆ ତେଲକୁ ମିଶାନ୍ତୁ । ଏହି ମିଶ୍ରଣରେ ପୁଦିନା ରସ ମଧ୍ୟ ମିଶାଇ ପାରିବେ। କିଛି ସମୟ ଏହି ମିଶ୍ରଣକୁ ଆପଣଙ୍କ ଦାନ୍ତ ଉପରେ ଲଗାନ୍ତୁ। ଦେଖିବେ କ’ଣ ଲାଭ ମିଳୁଛି।

-ନଡ଼ିଆ ତେଲକୁ ମେକଅପ୍ ରିମୁଭର ଭାବରେ ବ୍ୟବହାର କରାଯାଇଥାଏ।